ସାମ୍ବାଦିକଙ୍କ ପ୍ରତି ପୁଲିସ ର ଦୁର୍ବ୍ୟବହାର ଘଟଣା ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି !!!

Spread the love

କନ୍ଧମାଳ (ଆୱାଜ଼ ମିଡ଼ିଆ)-ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି । ଏନେଇ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ କୁମାର ଦାଶଙ୍କ ଆବାହକତ୍ୱରେ ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଜିଲ୍ଲାର ବିଭିନ୍ନ ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଜିଲ୍ଲା ସଦର ମହକୁମାରେ ଥିବା ଆଦର୍ଶ ଥାନାର କାର୍ଯ୍ୟରତ ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ୧୮ ତାରିଖ ରାତିରେ ଯେଉଁ ଭାବରେ ସାମ୍ବାଦିକଙ୍କୁ ଅସଭ୍ୟ ଓ ଅଶ୍ଳିଳ ଭାଷା ରେ ଗାଳିଗୁଲଜ ସହ ଗୋଡ଼ାଇ ଗୋଡ଼ାଇ ପିଟିବା ଏବଂ କଟୁ ମନ୍ତବ୍ୟ ରେ ଧମକ ଦେଇଥିବା ଅଡିଓ ଭାଇରାଲ ହୋଇଥିଲା । ଘଟଣାରେ କନ୍ଧମାଳ ଏସପି ଡ.ଭିନିତ ଅଗ୍ରୱାଲ ଆଜି ସୁଦ୍ଧା କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ତେଜିବାରେ ଲାଗିଥିବା ମତ ପ୍ରକାଶ ପାଇଛି। ଜିଲ୍ଲାର ବିଭିନ୍ନ ସଂଗଠନ ଏହାକୁ ଦୃଢ଼ ନିନ୍ଦା କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି କନ୍ଧମାଳ ଏସପି ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ। ଘଟଣାକୁ ୯ଦିନ ବିତିଥିବା ବେଳେ କନ୍ଧମାଳ ଏସପି କେବଳ ସବ ଇନ୍ସପେକ୍ଟର କୁ ହେଡ କ୍ୱାଟରକୁ ବଦଳି କରିବା ସହ ଜଣେ ଡିଏସପିକୁ ତଦନ୍ତ ନିର୍ଦ୍ଦେଶ ଦେଇ କାମ ସାରି ଦେଇଛନ୍ତି । ଯାହା ସାମ୍ବାଦିକ ମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଯଦି କନ୍ଧମାଳ ଏସ ପି, ସବ ଇନ୍ସପେକ୍ଟର ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ଓ ଥାନା ସମୁଖରେ ପ୍ରତୀକ ପ୍ରତିବାଦ କରାଯିବା ସହ ସାମ୍ବାଦିକ ମାନଙ୍କ ସଙ୍କଟ ଦୂର ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ି ଦାବୀପତ୍ର ପ୍ରଦାନ କରିବେ।

ଏହି ବୈଠକରେ ବିଭିନ୍ନ ପ୍ରିଣ୍ଟ, ଇଲୋକୋଟ୍ରୋନିକ୍ସ ଓ ୱେବ ମିଡ଼ିଆର ସାମ୍ବାଦିକ ମନୋରଂଜନ ରାୟ, ଗଗନ କୁମାର ପ୍ରଧାନ, ସଞ୍ଜୟ କୁମାର ପାଣିଗ୍ରାହୀ, ପଦ୍ମନାଭ ପାଣିଗ୍ରାହୀ, ମାଧବ ଚନ୍ଦ୍ର ଦାସ, ଫିଲିପ ଦିଗାଲ, ପ୍ରତାପ ନାୟକ, ବନବାସୀ ପ୍ରଧାନ, ମନୋଜ ନାୟକ, ସିମାଞ୍ଚଳ ସାହୁ, ଅନୁଗ୍ରହ ନନ୍ଦ, ଚନ୍ଦ୍ର ଶେଖର ନାୟକ, ଭବାନୀ ଶଙ୍କର ଜେନା, ବିକ୍ରମ ଦିଗାଲ , ପ୍ରଭାତ ନନ୍ଦ ପ୍ରମୁଖ ଯୋଗ ଦେଇଥିବା ବେଳେ, କନ୍ଧମାଳ ଜିଲ୍ଲା ଓଜେୟୁ ସାମ୍ବାଦିକ ସଂଘ, ଦାରିଙ୍ଗବାଡି , ତୁମୁଡିବନ୍ଧ, ରାଇକିଆ, କୋଟଗଡ ଏବଂ ଜିଲ୍ଲା ୱେବ ମିଡ଼ିଆ ସଂଘ ଏହି ଦାବୀ ପ୍ରତି ସଂପୂର୍ଣ୍ଣ ସମର୍ଥନ ଥିବା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *