ଢେଙ୍କାନାଳ (ଆୱାଜ଼ ମିଡ଼ିଆ)- ରଞ୍ଜିତ ବେହେରା : ଢେଙ୍କାନାଳର ଗାନ୍ଧି ମନ୍ଦିର ରୋଡ଼ ନିକଟବର୍ତ୍ତୀ ଭାଗିରଥି ସାଗରକୁ ପରିଦର୍ଶନ କରିଛନ୍ତି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ । ଦୀର୍ଘଦିନ ହେଲା ଭାଗିରଥି ସାଗର ଅପରିଷ୍କାର ହୋଇ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିବା ଦ୍ୱାରା ଦୂଷିତ ହୋଇପଡିଛି । ଦଳ ପଙ୍କ ଦ୍ୱାରା ଆଚ୍ଛାଦିତ ପୋଖରୀଟି ମଦନ ମୋହନଙ୍କ ଚାପ ଖେଳ ହେବାରେ ବାଧା ସୃଷ୍ଟି କରିଆସୁଛି । ଏନେଇ ଅନେକ ଦିନ ହେଲା ଅଂଚଳବାସୀ ମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇଆସୁଥିଲେ । ଏବେ ପୌରପାଳିକା କତ୍ତୃପକ୍ଷ ଏଥିନେଇ ଆଗ୍ରହ ସୃଷ୍ଟି କରିବା ସହ ଆଜି ପୋୖରାନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଭାଗୀରଥି ସଗାରରକୁ ପରିଦର୍ଶନ କରିଥଲେ । ଯଥାଶୀଘ୍ର ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ପୋୖରାନିର୍ବାହୀ ଅଧିକାରୀ।