କଳିଙ୍ଗନଗର ଶିଳ୍ପ ନଗରୀରେ ଦେଖା ଦେଇଛି ଦରିଦ୍ର ଅନାହାରଙ୍କ ଦୁଖୀ ଜୀବନ !

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଏସିଆ ମହାଦେଶର ବୃହତ ଶିଳ୍ପ ନଗରୀ ଯାଜପୁର ଜିଲ୍ଲା କଳିଙ୍ଗନଗର , ତେବେ ଶିଳ୍ପନଗରୀର ଚତୁପାର୍ଶ୍ଵ ଗାଁ ଗୁଡିକରେ ଦୁଃଖରେ ବିତୁଛି ଅନେକ ଜୀବନ ! କରୋନା ମହାମାରୀରେ ସରକାରଙ୍କ ଲକଡାଉନ ଓ ସଟଡାଉନ ଭଳି ନିୟମ ଜାରି ହୋଇଥିବା ବେଳେ ଏଠି ଖଟିଖିଆ ଦୁଖୀ ଦରିଦ୍ରଙ୍କ ଜୀବନ ଅତି ଦୟନୀୟ ପରିସ୍ଥିତିରେ ! ନା ଏଠି ପ୍ରଶାସନ ପହଁଚିଛି ନା ଏଠି ସ୍ଥାନୀୟ ବିଧାୟକ ପହଞ୍ଚିଛନ୍ତି ନା ଏଠି ଶିଳ୍ପନଗରୀର କୌଣସି କର୍ମକର୍ତ୍ତା ! ଦୀପତଳ ଅନ୍ଧାର ଭଳି ଏଠି ସମସ୍ତେ ଜାଣି ଅଜଣା ! କିନ୍ତୁ ଏଭଳି ଏକ ଦୟନୀୟ ପରିସ୍ଥିତିରେ ନିରାଶ୍ରୟ ଗରିବ ଦୁଖୀଙ୍କ ସାହାରା ପାଲଟିଛି ଫ୍ରିଡମ ଫିଡିଲିଟି ସ୍ୱେଚ୍ଛାସେବୀ ସଂଗଠନ ! ଦାନଗଦୀ ବ୍ଲକ ଅଧିନସ୍ଥ ଯଖପୁରା, ଚାନ୍ଦୀଆ ଓ ପଙ୍କପାଳ ପଞ୍ଚାୟତରେ ଆଜି ଫ୍ରିଡମ ଫିଡିଲିଟି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ନିରାଶ୍ରୟ ଓ ଗରିବ ଅନାହାର ୩0 ଗୋଟି ପରିବାରଙ୍କୁ ମାସିକ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ଏବଂ ୩ ଜଣ ଅସହାୟ ବୃଦ୍ଧାଙ୍କୁ ପୌଷ୍ୟ ମା ଭାବେ ଗ୍ରହଣ କରାଯାଇଛି ! ଏହି ପୌଷ୍ୟ ମା ମାନଙ୍କୁ ପ୍ରତ୍ୟକ ମାସରେ ତାଙ୍କର ସମସ୍ତ ଖାଦ୍ୟପେୟ ଔଷଧ ଠାରୁ ଆରମ୍ଭ କରି ସମସ୍ତ ସୁବିଧା ଅସୁବିଧାର ଭାର ବହନ କରିବାକୁ କହିଛନ୍ତି ଫ୍ରିଡମ ଫିଡିଲିଟି ସଂଗଠନର ଅଧ୍ୟକ୍ଷ ଶାସ୍ତ୍ରୀବାହାଦୂର ପ୍ରଧାନ ! ଏସିଆ ମହାଦେଶର ବୃହତ ଶିଳ୍ପନଗରୀ ଭାବେ ପରିଚିତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦୈନିକ କୋଟି କୋଟି ଟଙ୍କାର ଲାଭ ଉଠାଉଥିବା କମ୍ପାନୀ ଚତୁର୍ପାର୍ଶ୍ୱ ଗାଁ ଗୁଡିକରେ ଲୋକଙ୍କ ଏଭଳି ଦୟନୀୟ ପରିସ୍ଥିତି ପ୍ରତି ଦୃଷ୍ଟି ନଦେବା ଏକ ନିନ୍ଦନୀୟ ବୋଲୀ ଶ୍ରୀ ପ୍ରଧାନ କହିଛନ୍ତି !

Leave a Reply

Your email address will not be published. Required fields are marked *