ବାଲିଗୁଡା ମଣ୍ଡଳ ବିଜେପି ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ !!!

0
164

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବାଲିଗୁଡା ମଣ୍ଡଳ ବିଜେପି ଶାଖା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପ୍ତମ ବର୍ଷ ପୂର୍ତ୍ତୀ ଅବସରରେ ବାଲିଗୁଡା ଏନଏସି ରେ ମଣ୍ଡଳ ସଭାପତି ଦିବାକର ସାହୁଙ୍କ ନେତୃତ୍ୱରେ ସ୍ଵଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି . ବିଭିନ୍ନ ୱାର୍ଡରେ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯିବା ସହିତ କରୋନା ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଉପ-ସଭାପତି ମନୋଜ କୁମାର ରଥ, ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ରମାନନ୍ଦ ଘଡେଇଙ୍କ ସମେତ ସୁରେନ୍ଦ୍ର ପାତ୍ର, ଜଗମୋହନ ପଣ୍ଡା, ଅରବିନ୍ଦ ଡିଗାଲ ଏବଂ ନାରୀ ନେତ୍ରୀ ରୁଫିନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ |

ବାଲିଗୁଡ଼ାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ନଗର ବିଜେପି ତରଫରୁ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା l ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ , ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, କାଉନସିଲର ଶ୍ରୀମତୀ ଝରଣା ଭଉଣୀ, ନଗର ସଭାପତି ଦିବାକର ସାହୁ, ପୂର୍ବତନ ନଗର ସଭାପତି ସୁରେନ୍ଦ୍ର ପାତ୍ର ଓ ଆଦିକନ୍ଦ ପଟ୍ଟନାୟକ, ଅଭୟ ପାତ୍ର, ଲଳିତ ପାତ୍ର, ଦେବେନ୍ଦ୍ର କୁଦେଇ ଓ ଯୁବମୋର୍ଚ୍ଚା ର ବହୁ ସଦସ୍ୟ ଓ ବିଭିନ୍ନ ୱାର୍ଡ ରୁ ଆସିଥିବା ମହିଳା ମାନେ ସାମିଲ ଥିଲେ l

LEAVE A REPLY

Please enter your comment!
Please enter your name here