ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ରାଜ୍ୟରେ ତାଲାବନ୍ଦ କଟକଣା ଜାରି ରହିଥିବା ସମୟରେ ସକ୍ରିୟ ହୋଇ ଉଠିଛନ୍ତି ନିଶା ମାଫିଆ . ଲକ ଡାଉନ ର ସୁଯୋଗ ନେଇ ଦେଶୀ ମଦ ମାଫିଆ ମାନେ ମଦ ପ୍ରସ୍ତୁତି ଓ ବିକ୍ରି କରୁଛନ୍ତି । କାଜୁ ଜଙ୍ଗଲ ମଧ୍ୟରେ ଦେଶୀ ମଦ ପ୍ରସ୍ତୁତି ହେଉଥିବାର ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗର ଇନିସପେକ୍ଟର ଭୈରବ ସାହୁ କର୍ମଚାରୀ ମାନଙ୍କ ସହ ପହଁଚି ବ୍ୟବହୃତ ସରଞ୍ଜାମ ଜବତ କରିବା ସହ ୭ ହଜାର ଲିଟର ପୋଚ ଓ ୧୬୦ ଲିଟର ଦେଶୀ ମଦକୁ ନଷ୍ଟ କରି ଦେଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ପାଟପୁର ଶାସନ ପଞ୍ଚାୟତ ଖାରଡ଼ପଲ୍ଲୀ ଗ୍ରାମରେ ଅବକାରୀ ଟିମ ଚଢ଼ାଉ କରିଥିବା ସମୟରେ କଳାପଥର ଓ କୋଟସିଂହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ହେଉଥିବାର ସୂଚନା ମିଳିଛି . ବିଗତ ଦିନରେ ଖୋର୍ଦ୍ଧା ଅବକାରୀ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ଦେଶୀ ବିଦେଶୀ ମଦ ଜବତ କରିଥିବା ବେଳେ ମଦ ମାଫିଆଙ୍କୁ ଗିରଫ ମଧ୍ୟ କରିଛି . ତେବେ କଳାପଥର ଏବଂ ଧଳାପଥର ବଜାରରେ ବିଭିନ୍ନ ହୋଟେଲ ଏପରିକି ପାନ ଦୋକାନରେ ଚୋରା ମଦ ବିକ୍ରି ହେଉଥିବାର ଅଭିଯୋଗ ହେଉଅଛି । ସ୍ଥାନୀୟ ଧଳାପଥର ଫାଣ୍ଡି ଏବଂ ବୈଦେଶ୍ଵର ଥାନାକୁ ମାସିକିଆ ବଟି ଦେଇ ସମ୍ପୃକ୍ତ ବ୍ୟକ୍ତିମାନେ ବେଧଡକ ନିଶା କାରବାର ଚଳାଇଥିବାର ଆଲୋଚନା ହେଉଛି !