ଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଲେ ପଡୋଶୀ !!

0
213

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବୈରିମାଳ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ତୁମୁଳ କାଣ୍ଡ . ଗ୍ରାମରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷ ଘଟି ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଲେ . ଗଣ୍ଡଗୋଳ ଭିଡ଼ିଓ ସୋସାଲ ମିଡିଆରେ ହେଲା ଭାଇରାଲ , ସୂଚନା ଅନୁଯାୟୀ , ବୈରିମାଳ ଗ୍ରାମର ସଞ୍ଜୟ ରାଉତ, ଅଗାଧୁ ରାଉତ, ବଟ ରାଉତ, ଅଟଳ ରାଉତ, ସନ୍ତୋଷ ରାଉତ ନାମରେ ସୁକିନ୍ଦା ଥାନାରେ ଅଭିଯୋଗ ଆଣିଲେ ବିଟୋଳ ରାଉତ ନାମକ ଯୁବକ । ଅଭିଯୋଗକୁ ଭିତ୍ତି କରି ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶିବଚରଣ ବେହେରା କେଶ ନମ୍ବର ନମ୍ବର 120 / 21 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆସାମୀ ହୋଇ ଯାଇଛନ୍ତି ଫେରାର ।

LEAVE A REPLY

Please enter your comment!
Please enter your name here