ଲୋକଙ୍କୁ ସଚେତନ କରାଉଛନ୍ତି ଦଶପଲ୍ଲା ବିଧାୟକ !!!

0
307

Loading

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦଶପଲ୍ଲା ବ୍ଲକ ଟାକେରl ଗ୍ରାମ ପଞ୍ଚlୟତ ରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଲୋକ ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ମାସ୍କ ସlନିଟାଇଜର ବଣ୍ଟନ କରିଥିଲେ l

ଆଜି ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡି ସଭାପତି ଟାକେରl ପଞ୍ଚlୟତ ର ବୁରୁସlହି, ତିଳାବାଡି, ମିଟୁକୁଳି ଗ୍ରାମ ମାନଙ୍କରେ ଘର କୁ ଘର ବୁଲି କରୋନା ସଚେତନ କରାଇଥିଲେ ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ଗାଇଡ଼ ଲାଇନ ମାନିବା ସହିତ ମାସ୍କ ର ବ୍ୟବହାର ଏବଂ ସାମାଜିକ ଦୂରତା ନିୟମ ମାନି ଚଳିବା ପାଇଁ ଲୋକଙ୍କୁ ବୁଝାଇଥିଲେ l

ମହାମାରୀ ସଂକ୍ରମଣ ପରି ଘଡ଼ିସନ୍ଧି ସମୟରେ ବିଧାୟକଙ୍କର ଏପରି କାମକୁ ସମସ୍ତେ ସ୍ୱାଗତ କରିବା ସହିତ , ଲୋକଙ୍କ ପାଖରେ ପହଞ୍ଚି ମାସ୍କ , ସାନିଟାଇଜର ବାଣ୍ଟି ଥିବାରୁ ଲୋକମାନେ ବିଧାୟକ ଙ୍କୁ ଧନ୍ୟବାଦ ଦେଇଥିଲେ ll

LEAVE A REPLY

Please enter your comment!
Please enter your name here