କଣିହାଁ ଆକ୍ଟିଭ୍ ମିଡ଼ିଆ କ୍ଲବ ତରଫରୁ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ବୈଠକ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଆକ୍ଟିଭ୍ ମିଡ଼ିଆ କ୍ଲବ ତରଫରୁ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ମା ଭୈରବୀ ପୀଠ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ୯ ନମ୍ବର ଜୋନ୍ ର ବିଜେଡି ସଭାପତି ସୁନିଲ କୁମାର ପ୍ରଧାନ ଏହି ସଭାରେ ଉପସ୍ଥିତ ଥିଲେ । ଭଜମନ ସାହୁ ସଭାକାର୍ଯ୍ୟ ତୁଲାଇ ଥିବା ସମୟରେ ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ସରକାରଙ୍କ ତରଫରୁ ସଟଡାଉନ ଓ ଲକଡାଉନ ଜାରି ରହିଥିବା ବେଳେ ସାମାଜିକ ଦୂରତା ରଖି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆକ୍ଟିଭ୍ ମିଡ଼ିଆ କ୍ଲବ ସଭାପତି ଦିବ୍ୟଲୋଚନ ନାଏକ, ସଂପାଦକ ଅଶ୍ୱିନି କୁମାର ଦେବତା, ନରୋତ୍ତମ ସେଠି, ବିଜୟ କୁମାର ବେହେରା, ମନୋଜ ଦାସ, ଅମରଦେବା ନାଏକ, କୃଷ୍ଣଚନ୍ଦ୍ର ନାଏକ, ମନୋଜ କୁମାର ସାହୁ, ସୁବାଷ ପ୍ରଧାନ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ମୁଖ୍ୟ ଅତିଥି ଙ୍କୁ ସଭାସ୍ଥଳକୁ ପାଛୋଟି ଆଣି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି .

Leave a Reply

Your email address will not be published. Required fields are marked *