ମନରେଗା ଯୋଜନା ଫେଲ : ଲକ୍ଷାଧିକ ଟଙ୍କାର ଆମ୍ବ ଓ ଲିଚୁ ଗଛ ଗଲା କୁଆଡେ ?

0
173

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଜନସାଧାରଣ ଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରିବା ପାଇଁ ସରକାର ମନରେଗା ଯୋଜନାରେ ଉନ୍ନତ କିସମ ଫଳ ବଗିଚା କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି । ହେଲେ ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା ତଥା ଦୁର୍ନୀତିପୂର୍ଣ୍ଣ ମନୋଭାବ କାରଣରୁ ଫଳ ଚାଷ ଯୋଜନା ଜିଲ୍ଲାରେ ଏତେଟା ସଫଳତା ହାସଲ କରି ପାରୁନାହିଁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ଅଧିକାଂଶ ପଞ୍ଚାୟତରେ ।

ଗତ କିଛି ବର୍ଷରେ ମନରେଗା ଯୋଜନାରେ ପ୍ରାୟ ସବୁ ପଞ୍ଚାୟତରେ ବହୁ ଏକର ଜମିରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଉନ୍ନତ କିସମର ଆମ୍ବ ଓ ଲିଚୁଗଛ ଲଗାଯାଇଥିଲା । ଚାରିପଟେ ତାର ବାଡ ମଧ୍ୟ ହେଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଅଧାରୁ ଅଧିକ ଗଛ ସବୁ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଗଛ ସବୁ ଗଲା କୁଆଡେ ? ବାଡ ବୁଜା ଯାଇଥିବା ବେଳେ ଗଛ ସବୁ ଗଲା କୁଆଡେ ଓ ନଷ୍ଟ ହେଲା କେମିତି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ । ନଷ୍ଟ ହେଲେ ବିଭାଗ ପୁନର୍ବାର ବୃକ୍ଷରୋପଣ କରିବାର କଥା କିନ୍ତୁ କରାଯାଇ ନାହିଁ କାହିଁକି ?

ଚକାପାଦ ବ୍ଲକର ପ୍ରାୟ ଅଧିକାଂଶ ପଞ୍ଚାୟତରେ ଦେଖିବାକୁ ମିଳିଛି । ପୁଣି ଦେଖିବାକୁ ମିଳିଛି କେଉଁଠାରେ ତାର ବାଡ ଗୁଡିକ ମଧ୍ୟ ବିକ୍ରି ହୋଇଥିବା ଜଣାପଡିଛି । ଆଉ ମଧ୍ୟ ପାଣି ଦେବା ପାଇଁ ରନିଙ୍ଗ ବିଲ ମଧ୍ୟ ଚାଲିଛି । ଯାହାଫଳରେ ବିିଭାଗୀୟ ଅଧିକାରୀ ହେଉଛନ୍ତି ମାଲାମାଲ । ଏହା ମଧ୍ୟ ଦେଖିବାକୁ ମିଳିଛି । ପୁଣି ଦେଖିବାକୁ ମିଳିଛି ଯେଉଁ ଶ୍ରମିକ ମାନେ କାମ କରିଛନ୍ତି ତାଙ୍କ ବକେୟା ଟଙ୍କା ମଧ୍ୟ ମିଳି ନଥିବା ଅଭିଯୋଗ ହୋଇଛି । ତେବେ ଏହାର ଏକ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here