ବ୍ୟୁରୋ ରିପୋର୍ଟ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସରକାର ଙ୍କ ଦେଶ ଆଗେଇଛି ର ‘ ସମୃଦ୍ଧି ଭାରତ ‘ନାରାରେ ଆଜି ଆଙ୍ଗୁଠି ସ୍ପର୍ଶରେ ଟଙ୍କା ଦେଣନେଣ ଯେତିକି ସୁଗମ ହୋଇଛି ସେତିକି ମଧ୍ୟ ବିପଦଗାମୀ କରୁଛି । ଜୀବନଯାକର ଝାଳବୁହା ସଂପତ୍ତି ମାତ୍ର କେଇ ମିନିଟିର ବିଶ୍ଵାସଭରା କଥାରେ ନିଜ ଆକାଉଣ୍ଟ୍ ରୁ ଖାଲି ହୋଇଯାଉଛି । ଲୋକେ ଡିଜିଟାଲ ପେମେଣ୍ଟ୍ କାରବାରାରେ ଆହୁରି ସଚେତନ ହେବାର ଅଛି । ଆଜି କଳାପଥର ମହାବିଦ୍ୟାଳୟତ ଛାତ୍ର ପ୍ରଭାତ ରଣା ଙ୍କ ଆକାଉଣ୍ଟ୍ ରୁ ଫୋନ୍ ପେ ମାଧ୍ୟମରେ ଦୁଇହଜାର ଟଙ୍କା ଗାୟବ ହୋଇଯାଇଛି । ଏକ ଅଜଣା ନମ୍ବର ( ୮୨୦୭୬୫୧୫୨୯ ) ରୁ କୋଦୁଅବେରେଣୀ ଗ୍ରାମର ପ୍ରଭାତ ରଣା ଙ୍କ ନମ୍ବର ( ୬୩୭୨୨୨୬୪୫୨ ) କୁ କଲ୍ ଆସିଥିଲା । ଆପଣଙ୍କ ଜିରୋ ଆକାଉଣ୍ଟ୍ ରେ ୨ହଜାର ରଖନ୍ତୁ ଏବଂ ଫୋନପେ ଟ୍ରାଂଜାକସନ କରୁଥିବା ହେତୁ ୫ ହଜାର ଆକାଉଣ୍ଟ୍ ରେ ଡିପୋଜିଟ୍ ହେବ । ବିଶ୍ଵାସ କରି ସେହି ଛଦ୍ମଲୋକର କଥାରେ ୨ହଜାର ଡିପୋଜିଟ୍ କଲାପରେ…ସଂଗେ ସଂଗେ ଉକ୍ତ ଟଙ୍କା କଟି ଯାଇଥିଲା । ଏବଂ ପରେ ଅପର ପାର୍ଶ୍ଵ ନମ୍ବର ଟି ବିଜି ହୋଇ ଯାଇଥିଲା । ତେଣୁ କାହାର ଲୋଭନୀୟ କଥାରେ ନିଜ ବ୍ୟାଙ୍କ କି ଡିଜିଟାଲ ଆପ ର ସିକ୍ରେଟ୍ ନମ୍ବର ସେୟାର କରନ୍ତୁ ନାହିଁ । ସ୍ମାଟ ଭାରତ ରେ ଉପଭୋକ୍ତା ଦୁଇ ପାଦ ଆଗେଇଥିଲେବି ,ଆହୁରି ସଚେତନ ହେବାର ଅଛି ଏହାର ବ୍ୟବହାର ଉପରେ । ନଚେତ ପ୍ରଭାତ ପରି ଶହ ଶହ ପ୍ରଭାତ ନିଜର କଷ୍ଟ ଉପାର୍ଜିତ ଧନକୁ ହରାଇବି କହି ପାରୁନଥିବେ ନିଜର ଅଯୋଗ୍ୟତା ପଣକୁ…। ଆସନ୍ତୁ ସଚେତନ ହେବା…ନିଜ ଟଙ୍କା କୁ ସୁରକ୍ଷିତ ରଖିବା !!
ସାଇବର ଠକ ଙ୍କ ଟାର୍ଗେଟ ରେ ଗ୍ରାମାଞ୍ଚଳ ଉପଭୋକ୍ତା !!!

