ଯୁବ ସମାଜସେବୀଙ୍କ ବିୟୋଗରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଶୋକ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଆୟତପୁର ପଞ୍ଚାୟତ ବ୍ରାହ୍ମଣଵାଡ ଗ୍ରାମର ଯୁବ ସମାଜସେବୀ ସ୍ୱର୍ଗତ ଅଶୋକ କୁମାର ଜେନା (ଇଲା) ଙ୍କ ସ୍ମୃତିରେ ଶୋକସଭା ସହ ମହମବତୀ ଶୋଭାଯାତ୍ରା ଆୟୋଜିତ ହୋଇ ଯାଇଛି । ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଶୋକ ବ୍ୟକ୍ତ କରିବା ସହ ଅନୁଷ୍ଠାନର ଅନ୍ୟ ସମସ୍ତ ସଦସ୍ୟ ମହମବତୀ ଶୋଭାଯାତ୍ରା କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ . ଆୟୋଜିତ ଶୋକସଭାରେ ଦିବଂଗତ ସମାଜସେବୀଙ୍କ ଜୈଷ୍ଠ ଭ୍ରାତା ସମାଜସେବୀ ଲାଷ୍ମୀଧର ଜେନା, ଦିଲ୍ଲୀପ ଜେନା, ସ୍ୱରୂପ ଜେନା, ତାପସ ଜେନା, ସଂଜୟ ଲେଙ୍କା, ସାଗର ବିଶୋଇ, ଅସିତ ଜେନା, ଗୁଣଧର ଜେନା, ପବିତ୍ର ଜେନା, ପରେଶ ଭୂୟାଁ, ଅଭିଷେକ ଜେନା, ମଦନ ମୋହନ ଜେନା, ସାଇ ନାଗେଶ୍ୱର ଜେନା, ଦେବୀ ପ୍ରସାଦ ପତି, ସଂଜୟ ସାହୁ, ନିରଂଜନ ରାଉଳ, ସନ୍ତୋଷ ଭୋଇ, ଚକ୍ରବର୍ତ୍ତୀ ଓତା, ନାଟ୍ୟକାର ଅଶୋକ ପଟ୍ଟନାୟକ, ଅନି ମହାପାତ୍ର, ସୁଦର୍ଶନ ଜେନା, ଆଲୋକ ବସ୍ତିଆ ପ୍ରମୁଖ ଉପସ୍ଥିତ ରହି ଗଭୀର ଶୋକ ପ୍ରକାଶ ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *