ଜନଜାତି ସଚେତନତା କାର୍ଯ୍ୟକ୍ରମ !

0
375
Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ର ଅନନ୍ୟା, ଆଦର୍ଶ ୟଙ୍ଗଷ୍ଟାର କ୍ଲବ, ମା ତାରିଣୀ ସେବା ସଂଘ ପକ୍ଷରୁ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ଜନଜାତି ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଭାପୁର ବ୍ଲକ ଟାଙ୍ଗୀ ସାହି, ମାନପୁର, ଦୁର୍ଗାପୁର, କରଡାପଲ୍ଲୀ ଗ୍ରାମ ମାନଙ୍କରେ କରୋନା ସଚେତନତା କରାଯିବା ସହ ଏକ ହଜାର ପାଞ୍ଚ ଶହ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଆଦର୍ଶ ୟଙ୍ଗଷ୍ଟାର କ୍ଲବ ର ସଭ୍ୟ ମନୋରଞ୍ଜନ ମହାରଣା, ସତ୍ୟବ୍ରତ ମହାପାତ୍ର, ପ୍ରତାପ ଚନ୍ଦ୍ର ରାୟ , ସଞ୍ଜୟ କୁମାର ନାୟକ, ଆଶୁତୋଷ ଦାସ, ସନ୍ତୋଷ ପ୍ରଧାନ, ଶାନ୍ତନୁ ବଳବନ୍ତରାୟ, ଜନାର୍ଦ୍ଦନ ବିଶ୍ୱାଳ ଏବଂ ଅନନ୍ୟା ର ଯୁବ ସମାଜସେବୀ ମାନେ ସୂଚାରୁ ରୂପେ ସମ୍ପାଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here