ଗଣିଆ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ !!!

0
225

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ହୋଇଯାଇଛି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର . ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଶିବିର ରେ ମୋଟ 114 ୟୁନିଟ ରକ୍ତ ସଂଗୃହୀତ ହୋଇଅଛି ।

ନୟାଗଡ଼ ଜିଲ୍ଲା ଛାତ୍ର ବିଜେଡି ଉପ-ସଭାପତି ଅମୂଲ୍ୟ ସାହୁ , ନୟାଗଡ଼ ଜିଲ୍ଲା ସାଂସଦଙ୍କ ପ୍ରତିନିଧି ସଦାଶିବ ମିଶ୍ର ,ଗଣିଆ ବ୍ଳକ୍ ଯୁବ ବିଜେଡି ସଭାପତି ସଦାନନ୍ଦ ମିଶ୍ର, ଛାତ୍ର ବିଜେଡି ବ୍ଲକ ସଭାପତି ଶୁଭେନ୍ଦୁ ରାଉତ ପ୍ରମୂଖ ଉପସ୍ଥିତ ରହି ଶିବିର ପରିଚାଳନା କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ . କାର୍ଯ୍ୟକ୍ରମରେ ଛାତ୍ର ବିଜେଡି ର ବହୁ ସଦସ୍ୟ ରକ୍ତଦାନ କରିଥିବା ଜଣାପଡିଛି ।।

LEAVE A REPLY

Please enter your comment!
Please enter your name here