ସପ୍ତାହନ୍ତ ସଟ ଡାଉନ ସମୟରେ ଖାଦ୍ୟ ସାମଗ୍ରୀ ବିତରଣ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମର୍ପଣ ପରିବାରର ନିଆରା କାମ . ରବିବାର ସପ୍ତାହନ୍ତ ସଟ ଡାଉନ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ହେତୁ ଖାଦ୍ୟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ମାଲବାହୀ ଗାଡିର ଡ୍ରାଇଭର ଏବଂ ହେଲପରଙ୍କ ନିମନ୍ତେ କଟକ, ପୋତାପୋଖରୀର ସମର୍ପଣ ପରିବାର ତରଫରୁ କଟକ ସହର ଓ.ଏମ.ପି ଛକ ଠାରେ ଖାଦ୍ୟ ସାମଗ୍ରୀ ର ବ୍ୟବସ୍ଥା କରାଯାଇଥିଲା . ତାଲାବନ୍ଦ କଟକଣା ପରି କଠିନ ସମୟରେ ଗାଡି ଚାଳକ ମାନେ ସାମଗ୍ରୀ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି . ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ଓ.ଏମ.ପି ଏବଂ ନୂଆବଜାର ଛକ ଠାରେ କାର୍ଯ୍ୟରତ ପୋଲିସ ଓ ଟ୍ରାଫିକ ଅଧିକାରୀ ମାନଙ୍କୁ କରୋନା ଯୋଦ୍ଧାଭାବରେ ସମ୍ମାନିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ସମାଜସେବୀ ଅଭିମନ୍ୟୁ ଦାସ, ସମର୍ପଣ ପରିବାରର ମୁଖ୍ୟ ଉପଦେଷ୍ଠା ତ୍ରିଲୋଚନ ନାୟକ, ସୁବ୍ରତ କୁମାର ଦାସ, କାର୍ଯ୍ୟକାରୀ ସଭାପତି ଭାଗ୍ୟରଥି ବେହେରା, ସମ୍ପାଦକ ତୀର୍ଥବାସୀ ବେହେରା, ସାଂସ୍କୃତିକ ସମ୍ପାଦକ ଚକ୍ରଧର ବେହେରା, କାର୍ଯ୍ୟକର୍ତ୍ତା ଜନାର୍ଦ୍ଧନ ପରିଡା, ରବୀନ୍ଦ୍ର କୁମାର ମହାରଣା, ଏସ ବିମଲ କୁମାର, ପାର୍ଥସାରଥୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *