ପାଇଖାନା ଟାଙ୍କି ପାଖରୁ 4 ଫୁଟର ନାଗସାପ ଉଦ୍ଧାର !!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅଧିନସ୍ଥ ଅମ୍ପୋଳବା ଗ୍ରାମର ଜଳଧର ଦାସଙ୍କ ଘର ପାଇଖାନା ଟାଙ୍କି ପାର୍ଶ୍ୱରୁ 4 ଫୁଟର ନାଗସାପ ଉଦ୍ଧାର ହୋଇଛି . ପାଇଖାନା ଟାଙ୍କି ପାଖରେ ନାଗସାପ ଥିବାର ଦେଖିପାରି ସାପଟିର କିଛି କ୍ଷତି ନକରି ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ ବେହୁରାଙ୍କୁ ଯୋଗାଯୋଗ କରିଥିଲେ ଘର ମାଲିକ . ସୌମ୍ୟାଜିତ ସୂଚନା ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଦେଖିଥିଲେ କି ସାପଟି ଯେକୋୖଣସି ଏକ ଜନ୍ତୁ, ଅନ୍ୟ ସାପ କିମ୍ବା ଖାଦ୍ୟ ଉପଯୋଗୀ ପଦାର୍ଥ ଗିଳି ଖାଇଦେଇଥିବାରୁ କେଉଁଆଡ଼େ ଯାଇ ପାରୁନଥିଲା ସେଥିପାଇଁ ସୌମ୍ୟାଜିତ ସତର୍କତା ଅବଲମ୍ବନ କରି ସାପଟିକୁ ସୁରକ୍ଷିତ ଉପାୟରେ ଉଦ୍ଧାର କରି ସ୍ଥାନୀୟ ବନବିଭାଗ ସହଯୋଗରେ ସାପଟିକୁ ସୁକିନ୍ଦା ମହାଗିରି ଜଙ୍ଗଲରେ ସୁରକ୍ଷିତ ଅବସ୍ଥାରେ ଛାଡିଥିଲେ . ସେହିପରି ସୁକିନ୍ଦା ବ୍ଲକ ଅଧିନସ୍ଥ ବନ୍ଧଗାଁ ପଞ୍ଚାୟତ ରାଙ୍କିଆ ରାମମନ୍ଦିର ପାଖରୁ ବିରଳ ପ୍ରଜାତିର ବିଷଧର ସାପ ଉଦ୍ଧାର ସହ ବିଭିନ୍ନ ସ୍ଥାନରୁ ତିନୋଟି ସାପ ଉଦ୍ଧାର କରିଛନ୍ତି ସୌମ୍ୟାଜିତ ବେହୁରା
ହରିପୁର ପଞ୍ଚୟତ ବାଲିପସି ଗ୍ରାମର ପ୍ରଫୁଲ୍ଲ କୁମାର ମୁଦୁଲିଙ୍କ ଅଗଣାରୁ 3 ଫୁଟର ବିଷଧର ନାଗ ସାପ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବାର ଜଣାଯାଇଛି .

Leave a Reply

Your email address will not be published. Required fields are marked *