ଅଙ୍ଗନବାଡି କେନ୍ଦ୍ରର ଶିଶୁମାନଙ୍କୁ ସ୍ଵେଟର ଓ ଜୋତା ବଣ୍ଟନ !!!

0
426

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ବି.ସୀତାପୁର ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରଠାରେ ଶିଶୁ ବିକାଶ ଅବସରରେ ତିନି ବର୍ଷ ରୁ ଛଅ ବର୍ଷର ଶିଶୁଙ୍କୁ ସ୍ଵେଟର ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ୱାର୍ଡସଭ୍ୟ ଉପସ୍ଥିତ ରହି ପିଲାଙ୍କୁ ସ୍ଵେଟର ଓ ଜୋତା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଶିଶୁ ମାନଙ୍କୁ ଉତ୍ସ।ହିତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ . ପରେ ଉପସ୍ଥିତ ଥିବା ଅଭିଭାବକ, ଗ୍ରାମବାସୀ, ଯାଞ୍ଚ କମିଟି ସଦସ୍ୟ କରୋନା ଉପରେ ସଚେତନତା କରାଇଥିଲେ । ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରିଥିଲେ . ନବଜାତ ଶିଶୁର ଯତ୍ନ ଉପରେ ଅଙ୍ଗନବାଡି କର୍ମୀ ଅଭିଭାବକ ମାନଙ୍କୁ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଏନ.ଜଗନ୍ନାଥ, ମିନି ଅଙ୍ଗନବାଡି କର୍ମୀ କେ.ଜୟଲକ୍ଷ୍ମୀ, ଯାଞ୍ଚ କମିଟି ଓ ୱାର୍ଡ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here