ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ ! ପାରାଦୀପରେ ଠାକୁରଙ୍କ ମନ୍ଦିରରୁ ଲକ୍ଷ୍ମୀ ନାରାୟଣଙ୍କ ପିତଳ ମୂର୍ତ୍ତି ସହ ରୁପା ମୁକୁଟ ଓ ବିଭିନ୍ନ ଅଳଙ୍କାର ଲୁଟ୍ । ବିଳମ୍ବିତ ରାତିରେ ଚୋରି କରି ଛୁ ’ ମାରିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଲକ୍ ଥାନା ପୋଲିସ , ଆରମ୍ଭ ହୋଇଛି ତଦନ୍ତ । ପାରାଦୀପ ଗଡ଼ ଗେଟ୍ ବଜାରରେ ଥିବା ଜଗନ୍ନାଥ ମନ୍ଦିରରେ ରାତିରେ ଚୋରି । ସବୁଦିନ ଭଳି ରାତିରେ ମନ୍ଦିର ବନ୍ଦ ହୋଇଥିଲା , ହେଲେ ସୁଯୋଗ ଦେଖି ମନ୍ଦିରରେ ପଶିଥିଲେ ଦୁର୍ବୃତ୍ତ । ମନ୍ଦିର ଭିତରୁ ପିତଳ ଲକ୍ଷ୍ମୀ ନାରାୟଣ ମୂର୍ତ୍ତି, ରୁପା ମୁକୁଟ ସହ ବିଭିନ୍ନ ଅଳଙ୍କାର ଚୋରି କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ସକାଳେ ଘଟଣା ଜଣାପଡ଼ିବା ପରେ ମନ୍ଦିର ପରିଚାଳନା ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଲକ୍ ଥାନା ପୋଲିସ । ଚୋରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *