କରୋନା ମହାମାରୀ ସମୟରେ ଉତ୍କଳ ବିକାଶ ପରିଷଦର ବହୁବିଧ ସେଵାକାର୍ଯ୍ୟ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ଜିଲ୍ଲା କନ୍ଦରପୁର ପଞ୍ଚାୟତ ଉପକଣ୍ଠ କେଶପୁର ଗ୍ରାମର ହେମନ୍ତ ହାତୀ (୩୫) ଓ ଟୁଟୁ ରାଉତ (୩୬) କରୋନା ଜନିତ ମୃତ୍ୟୁ ପରେ ଦୁଇ ଅସହାୟ ପରିବାରକୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱେଚ୍ଛାସେବୀ ନାଟ୍ୟକାର ଅଶୋକ ପଟ୍ଟନାୟକ, ଚକ୍ରବର୍ତ୍ତୀ ଓତା, ନିରଂଜନ ରାଉଳ, ଦେବୀ ପ୍ରସାଦ ପତି, ପ୍ରଦୀପ ମହାଳି, ଅନି ମହାପାତ୍ର, ସଂଜୟ ସାହୁ, ସନ୍ତୋଷ ଭୋଇ, ବିଶ୍ୱଜିତ ନାୟକ ପ୍ରମୁଖ ପରିବାର ସଦସ୍ୟଙ୍କୁ ଭେଟି ଶୋକ ଜଣାଇବା ସହ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ପରିଷଦର ଜରୁରୀ କାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି . ଏଥିସହ ତାଙ୍କ ପିଲାମାନଙ୍କ ଶିକ୍ଷାଦାନ ବ୍ୟବସ୍ଥାରେ ପରିଷଦ ପକ୍ଷରୁ ଯଥା ସମ୍ଭବ ସହଯୋଗ ପ୍ରଦାନ କରାଯିବାକୁ ସର୍ବ ସମ୍ମତି କ୍ରମେ ସ୍ଥିର କରାଯାଇଛି । ପରିଷଦର ଦୀର୍ଘଦିନ ଧରି କଟକ ଜିଲ୍ଲାରେ ଏହିପରି ବହୁବିଧ ସେଵାକାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ।

Leave a Reply

Your email address will not be published. Required fields are marked *