ଅନୁଗୁଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ନାଁ ଶୁଣି ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ଭୟରେ ଦୂରେଇ ଯାଉଥିବା ସମୟରେ , ନିର୍ବିକାର ଭାବରେ ନିଜେ ସତର୍କ ରହି କରୋନା ଆକ୍ରାନ୍ତଙ୍କ ସେବାକାର୍ଯ୍ୟ ଜାରି ରଖିଛନ୍ତି ସମାଜସେବୀ ଚିନ୍ମୟୀ ଦାସ . ଆଜି ପହିଲି ରଜ ରେ ନିଜେ PPE kit ପିନ୍ଧି କରୋନା ଆକ୍ରାନ୍ତ ମାନଙ୍କୁ ପରିଷ୍କାର ପରିଚ୍ଛନ୍ନ କରାଇବା ସହିତ ସମସ୍ତଙ୍କର ନଖ କାଟି ଦେହ ହାତ ରେ ତେଲ ମାଲିସ କରି ସେବା କରିଥିଲେ ଚିନ୍ମୟୀ . ପରେ ନିଜେ କରୋନା ଆଣ୍ଟିଜେନ ଟେଷ୍ଟ କରାଇ ନେଗେଟିଭ ରିପୋର୍ଟ ଆସିଲା ପରେ ଆଗାମୀ କାମ ପାଇଁ ହେଉଛନ୍ତି ପ୍ରସ୍ତୁତ . ସର୍ବଦା ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ବାର୍ତ୍ତା ପ୍ରଦାନ ସହିତ ରୋଗୀଙ୍କୁ ଘୃଣା ନ କରି ରୋଗକୁ ଦୂରେଇବା ପାଇଁ ସତର୍କତା ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି .