ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ନୂଆଗାଁ ପୋଲିସ କୁ ମିଳିଛି ବଡ ସଫଳତା । ଦୁଇ ଦିନ ତଳେ ତିନି ଶହ ବୋତଲ କୋରେକ୍ସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ତିନି ଜଣ ମଦ ବେପାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ ସୁତ୍ରରୁ ପ୍ରକାଶ ନୟାଗଡ ଟାଉନଥାନା ଅଞ୍ଚଳର ପୁରୁଣା ସହର କରଣସାହି ର ସୋମନାଥ ମହାନ୍ତି ନୂଆଗାଁ ରୁ ଦେଶି ମଦ ନେଇ ଆସୁଥିବା ସମୟରେ ପିଛା କରି ସଂପଡା ଜଙ୍ଗଲ ଭିତରେ ତାର ମଟର ସାଇକେଲ ( ଓଡି ୨୫ ଜେ ୨୭୦୮ ) ଜବତ କରିବା ସହ ଏବଂ ତା ଠାରୁ ୬ଲିଟର ଦେଶି ମଦ ଜବତ କରି କେସ ନମ୍ବର ୭୯/୨୦୨୧ ସୋମନାଥ ମହାନ୍ତି କୁ ଗିରଫ କରିଛି ।
ସେହିପରି ଶିମିଳିସାହି ଗ୍ରାମର ଶିବରାମ ମଦ ନେଇ ଯାଉଥିବା ସମୟରେ ତାକୁ ଗିରଫ କରି ତାଠାରୁ ୫ ଲିଟର ମହୁଲି ମଦ ଜବତ କରିବା ସହ କେସ ନମ୍ବର ୮୦/୨୦୨୧ ରେ ମାମଲା ରୁଜୁ କରି ଗିରଫ କରିଥିବା ବେଳେ ବଳଭଦ୍ରପୁର ଗ୍ରାମର ବାବୁଲି ସେଠି ମୋଟର ସାଇକେଲ ରୁ ଡେଇଁ ଦୈାଡି ଦୈାଡି ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାକୁ ଗୋଡାଇ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲେ । ବାବୁଲି ସେଠି ଠାରୁ ୧୫ ଲିଟର ଦେଶି ମହୁଲି ମଦ ଜବତ କରାଯାଇ କେସ ନମ୍ବର ୮୧ /୨୦୨୧ ରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିବା ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।