ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ପୋରୁହଖୋଜ ଗ୍ରାମ ର ଗ୍ରାମଦେବତୀ ମନ୍ଦିର ପରିସରରେ ଯୁବ ସମାଜସେବୀ ତାପସ କୁମାର ରାଉତ ଓ ତାଙ୍କ ସହଧର୍ମିଣୀ ପୋରୁହଖୋଜ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା କୋଭିଡ କଟକଣା ମଧ୍ୟରେ ତାଙ୍କର ବିବାହ ବାର୍ଷିକ ନିରାଡମ୍ବର ଭାବେ ପାଳନ କରିଛନ୍ତି .

ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ପରିବେଶବିତ ଓ ଶିକ୍ଷାବିତ ଦଣ୍ଡଧର ସାହୁ , ହରିହର ସାହୁ, ସମାଜସେବୀ ଗୈାରାଙ୍ଗ ଚରଣ ସାହୁ, ଧରଣୀଧର ସାହୁ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ । ଗ୍ରାମ ଦେବତୀ ମନ୍ଦିର ପରିସରରେ ଆଜି ଗୋଟିଏ ଅଶୋକ ଚାରା ଓ ବଉଳ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଯୋଗୁଁ ଢେଙ୍କାନାଳ ଜିଲ୍ଲା ପ୍ରକୃତିବନ୍ଧୁ ସଂଗଠନ ସଂପାଦକ ହରିହର ସାହୁ ଉଭୟ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।