ତହସିଲଦାରଙ୍କ ଉପସ୍ଥିତିରେ ଉଛେଦ ହେଲା ଜବରଦଖଲ !!!

0
209

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ତହସିଲଦାରଙ୍କ ଉପସ୍ଥିତିରେ ଉଛେଦ ହେଲା ଜବରଦଖଲ . ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିକୋ ପଞ୍ଚାୟତର ଚନ୍ଦ୍ରଶେଖରପୁର ଗ୍ରାମରେ କିଛି ବ୍ୟକ୍ତି ସରକାରୀ ଜମିକୁ ଅକ୍ତିଆର କରିବା ସହ ପ୍ଲଟିଂ କରି ବିକ୍ରୀ କରୁଥିବାର ଅଭିଯୋଗ ହୋଇଥିଲା . ପ୍ରଶାସନିକ ଅଧିକାରୀ ମାନେ ଘଟଣାର ତଦନ୍ତ କରି ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଙ୍କ ନିର୍ଦେଶ କ୍ରମେ ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ, ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ ଓ ରାଜସ୍ୱ ନିରୀକ୍ଷକ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ପୋଲିସ ଫୋର୍ସ ମୁତୟନ କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ରାଜସ୍ୱ ବିଭାଗର ଏତାଦୃଶ କାର୍ଯ୍ୟରେ ଜନସାଧାରଣ ରେ ଖୁସିର ଲହରୀ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here