ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟର ବିଶିଷ୍ଟ ସ୍ତମ୍ବକାର , ବରିଷ୍ଠ ସାମ୍ବାଦିକ ଓ ଲେଖକ ଡ଼ ଜିମୁତ ମଙ୍ଗରାଜଙ୍କ ର ଏକ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ସୂଚନା ମିଳିବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ସୂଚନାନୁସାରେ ଶ୍ରୀ ମଙ୍ଗରାଜ ସ୍କୁଟି ରେ ଖୁଡିଙ୍କୁ ମେଡ଼ିସିନ ଦେବା ନିମନ୍ତେ ନିଜ ଗ୍ରାମକୁ ଯାଇଥିଲେ । ସେଠାରୁ ସାଢେ ପାଞ୍ଚଟା ବେଳେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ପରିବାର ସହ ମିଶି ସମସ୍ତଙ୍କ ଭଲ ମନ୍ଦ କଥା ବୁଝି ଖୁଡିଙ୍କୁ ମେଡ଼ିସିନ ଦେଇ ଭୁବନେଶ୍ୱର ଫେରିବା ସମୟରେ ଯାଆଁଳା ଠାରେ ସ୍କୁଟି ପଛରୁ ଏକ ଗାଡି ମାଡ଼ କରିଥିବା ଜଣାଯାଇଛି । ଦୁର୍ଘଟଣା ପରେ ଶ୍ରୀ ମଙ୍ଗରାଜ ଙ୍କୁ ଭୁବନେଶ୍ୱର ସ୍ଥିତ ଏମସ୍ ହସ୍ପିଟାଲକୁ ନିଆଯାଇଥିଲା ପରେ ଏମସ ଅଧିକାରୀ ଶ୍ରୀ ମଙ୍ଗରାଜ ମୃତ ବୋଲି ଘୋଷଣା କରିଥିଲେ । ଜିମୁତ ମଙ୍ଗରାଜ ଙ୍କ ଦେହାନ୍ତରେ ରାଜ୍ୟବାସୀ ମ୍ରିୟମାଣ ହୋଇ ପଡିଥିବା ବେଳେ ବିଧାୟକ ଓ ମନ୍ତ୍ରୀମଣ୍ଡଳ ଏବଂ ବିଶିଷ୍ଟ ରାଜନୈତିକ ମହଲ ସହିତ ସାମ୍ବାଦିକଙ୍କ ମଧ୍ୟରେ ଶୋକ ର ଛାୟା ଖେଳି ଯାଇଛି ।