ଜିଲ୍ଲାପାଳ ଙ୍କୁ ବିଦାୟ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲାପାଳ ଅନୁପମ ସାହା ଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି . ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ବିଦାୟୀ ଜିଲ୍ଲାପାଳ ଅନୁପମ ସାହାଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଥିଲେ ଜିଲ୍ଲା ମୁଖ୍ୟାଳୟର କର୍ମଚାରୀ . ଶ୍ରୀ ଅନୁପମ ସାହା 17 1 2018 ତାରିଖ ଠାରୁ 28 6 2021 ପର୍ଯ୍ୟନ୍ତ ଗଜପତି ଜିଲ୍ଲାପାଳ ଭାବରେ କାର୍ଯ୍ୟ କରି ଆସୁଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ସେ ରାଜ୍ୟ ନିର୍ଦ୍ଦେଶକ OSEPA ଭାବେ ଯୋଗ ଦେବାର ସୂଚନା ଅଛି । ଗଜପତି ଜିଲ୍ଲା ପ୍ରତିଷ୍ଠା ହେବା ଠାରୁ ସର୍ବାଧିକ ଯଥା 3 ବର୍ଷ 5 ମାସରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ। ତାଙ୍କ ସମୟରେ ଜିଲ୍ଲା ରେ ହୋଇଥିବା ତିତିଲି ଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟ କେତେ ଗୁଡିଏ ବିପର୍ଯ୍ୟୟକୁ ମୁକାବିଲା କରିବା ସହ କ ରୋନା ଭଳି ମହାମାରୀକୁ ଗତ ଦେଢ଼ବର୍ଷ ହେଲା ସାମ୍ନା କରି ଜିଲ୍ଲା ବାସୀଙ୍କର ଅମୂଲ୍ୟ ଜୀବନକୁ ବହୁ ମାତ୍ରାରେ ସୁରକ୍ଷିତ ରଖି ପାରିଥିଲେ।ଏହି ସମୟ ମଧ୍ୟରେ ଟିଚ ଗଜପତି କାର୍ଯ୍ୟକ୍ରମ ଯୋଗୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ପ୍ରଶଂସିତ ହେବା ସହ ନୀତି ଆୟୋଗ ଦ୍ବାରା ପୁରସ୍କୃତ ହୋଇଥିଲେ। ଅନ୍ୟପକ୍ଷରେ ଜିଲ୍ଲାରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରାପଡା ସ୍ଥାପନ କରି 30ରୁ ଅଧିକା ଅନାଥ ଏବଂ ପରିତ୍ୟକ୍ତ ଶିଶୁଙ୍କୁ ପରିବାର ଦେବାରେ ସକ୍ଷମ ହୋଇଥିଲେ। ଜିଲ୍ଲା ରେ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ଚନ୍ଦ୍ରଗିରିରେ ପାର୍କ, ସେରଙ୍ଗରେ ଟ୍ରାଇବଲ ମ୍ୟୁଜିୟମ ପ୍ରତିଷ୍ଠା କରିବା ସହ ଜିଲ୍ଲାରେ ଥିବା ଅନ୍ୟ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ। 2020ମସିହାରେ ଜିଲ୍ଲା ଓଡ଼ିଶା ଜୀବିକା ମିଶନ, ଜଳ ବିଭାଜିକା, ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଗଜପତି ଜିଲ୍ଲା ଶ୍ରେଷ୍ଠ ଭାବେ ପୁରସ୍କୃତ ହୋଇଥିଲା। ପାରଳାଖେମୁଣ୍ଡି ମ୍ୟୁନି ସିପାଲିଟିର ମୁଖ୍ୟ ରାସ୍ତା ସଂପ୍ରସାରଣ,କବି ଗୋପାଳ କୃଷ୍ଣ ପାଠାଗାର,ଶିଶୁ ଉଦ୍ୟାନ, ଅମ୍ଳଜାନ ପ୍ଲାଣ୍ଟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ,କାଶୀ ନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ ଭଳି ବିଭିନ୍ନ ଜନମଙ୍ଗଳ କାରୀ କାର୍ଯ୍ୟକ୍ରମ ହାତକୁ ନେଇଥିଲେ।

ଜିଲ୍ଲା ବାସୀଙ୍କର ବ୍ୟକ୍ତି ଗତ ଅଭିଯୋଗ ଓ ଆବଶ୍ୟକତା ଶୁଣି ତାକୁ ସମାଧାନ କରିବାରେ ମାହୀର ଥିବା ଯୋଗୁଁ ଗଜପତି ଜିଲ୍ଲା ତାଙ୍କୁ ସବୁବେଳେ ମନେ ରଖିବ।ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ତପନ କୁମାର ପଟ୍ଟନାୟକ, ବନ ଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରେଭେନ୍ୟୁ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ରଞ୍ଜିତ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀଯୁକ୍ତ ଅନାମ ଚରଣ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର, ପ୍ରକଳ୍ପ ପ୍ରଶାସକ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀଯୁକ୍ତ ସରୋଜ କୁମାର ବେହେରା ସହ ଜିଲ୍ଲାର ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇ ଗତ ତିନି ବର୍ଷ 5 ମାସର କାର୍ଯ୍ୟକାଳକୁ ସ୍ମୃତି ଚାରଣ କରିଥିଲେ ଶ୍ରୀ ଅନୁପମ ସାହାଙ୍କୁ ଭୂୟସ ପ୍ରଶଂସା କରିବା ସହ ଭବିଷ୍ୟତ ଜୀବନର ଶୁଭକାମନା କରିଥିଲେ।

Leave a Reply

Your email address will not be published. Required fields are marked *