ହାତୀ ଉପଦ୍ରବ : କ୍ଷତିପୂରଣ ପାଇଁ ବନଖଣ୍ଡ ଅଧିକାରୀଙ୍କୁ ନିବେଦନ କଲେ ଚାଷୀ !!!

0
241

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଓସ୍ତୋପାଳ କାଜୁ ଓ ଆମ୍ବ ଚାଷୀ . ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ପାଇଁ ବନଖଣ୍ଡ ଅଧିକାରୀଙ୍କୁ କଲେ ନିବେଦନ . ରାଜ୍ୟ ର ବିଭିନ୍ନ ସମୟରେ ବନ୍ୟଜନ୍ତୁଙ୍କ ଦ୍ୱାରା ଚାଷୀ କୁଳ କ୍ଷୟକ୍ଷତି ର ସମୁଖୀନ ହେଲେ ମଧ୍ୟ ତାକୁ ଅନେକ ସମୟରେ ତାହାର ସଠିକ ମୂଲ୍ୟ ମିଳି ପାରୁନାହିଁ । ଆଜି ସେଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ର ସଦର ରେଞ୍ଜ ଅଧିନସ୍ଥ ଓସ୍ତୋପାଳ ଗ୍ରାମରେ ଘଟି ଯାଇଛି । କାଜୁ ଓ ଆମ୍ବ ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀମାନଙ୍କର କ୍ଷେତରେ ବଣୁଆ ହାତୀ ପଶି ଅନେକ କ୍ଷୟ କ୍ଷତି ଘଟାଇଛନ୍ତି . ହାତୀ ଉପଦ୍ରବ ସମ୍ପର୍କରେ ଚାଷୀମାନେ ଆଗରୁ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଏଯାବତ ସେମାନଙ୍କୁ କ୍ଷତିପୂରଣ ବାବଦ କୌଣସି ଅର୍ଥ ମିଳି ପାରିନାହିଁ . ଘଟଣାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ଜିଲ୍ଲା ମୁଖ୍ୟ ବନଖଣ୍ଡ ଅଧିକାରୀଙ୍କୁ ଦେଖା କରିଥିଲେ । ଓସ୍ତପାଳ ଗ୍ରାମର ଚାଷୀମାନେ ମୁଖ୍ୟ ବନଖଣ୍ଡ ଅଧିକାରୀଙ୍କୁ ଭେଟି ନିଜର ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କୁ ଯଥାଶୀଘ୍ର ସେମାନଙ୍କର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here