ନୂତନ ମଦ ଦୋକାନ ଖୋଲିବା ଘଟଣାକୁ ନେଇ ବଢୁଛି ଅସନ୍ତୋଷ : ଆନ୍ଦୋଳନକୁ ଓହ୍ଲାଇଲେ ମହିଳା !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୂତନ ମଦ ଦୋକାନ ଖୋଲିବା ଘଟଣାକୁ ନେଇ ବଢୁଛି ଅସନ୍ତୋଷ , ଅଠରନଳା ପାଟଣା ଗ୍ରାମ ମଧ୍ୟରେ ନୂତନ ମଦ ଦୋକାନ ଖୋଲିବାକୁ ବିରୋଧ କରି ମହିଳାଙ୍କ ଆନ୍ଦୋଳନ ! ଗ୍ରାମ ଭିତରେ ମଦ ଦୋକାନ ଖୋଲିବା ଘଟଣା କୁ ନେଇ ଅଠରନଳା ପାଟଣା ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀ ବିକ୍ଷୋଭ ଏବଂ ରାସ୍ତାରୋକ କରିଛନ୍ତି ! ଅଠରନଳା ଗ୍ରାମ ପୁରୀ ସହରର ପ୍ରବେଶ ପଥ ଅଟେ ଏବଂ ପ୍ରସ୍ତାବିତ ମଦଦୋକାନ ମୁଖ୍ୟ ରାସ୍ତା ଠାରୁ, ମାତ୍ର ଅଳ୍ପ ଦୂରରେ ଅବସ୍ଥିତ । ଗ୍ରାମରେ ଏହି ମଦଦୋକାନ ଠାରୁ ଅଙ୍ଗନବାଡି ଓ ପ୍ରାଥମିକ ସ୍କୁଲ ୩୦୦ ମି.. ଶିବ ମନ୍ଦିର ୧୫୦ ମି., ମା ବାସନ୍ତେଇ ମନ୍ଦିର ୮୦ ମି., କାଳିକା ଦେବୀ ମନ୍ଦିର ୫୦ମି., ଆଦିବାସୀ ବସ୍ତି ୫୦ ମି. ହରିଜନ ବସ୍ତି ୧୦୦ ମି. ଏବଂ ଗ୍ରାମ ପୋଖରୀ ୧୦୦ମି. ଦୂରରେ ଅବସ୍ଥିତ । ପ୍ରସ୍ତାବିତ ମଦଦୋକାନର ସ୍ଥାନ ସମନ୍ଧରେ ଅବକାରୀ ନିୟମ ଅନୁସାରେ କୌଣସି ନୋଟିସ ସ୍ଥାନୀୟ ବାସିନ୍ଦା ଙ୍କ ପାଖକୁ ଆସିନାହିଁ ! ଏପରିକି ସ୍ଥାନୀୟ ସରପଞ୍ଚ ମଧ୍ୟ ଏହି ମଦଦୋକାନ ବିରୋଦ୍ଧରେ ଜିଲ୍ଲାପାଳଙ୍କୁ ନିଜର ପ୍ରତିବାଦ ପତ୍ର ଦେଇଛନ୍ତି । ତେଣୁ ପଂଚାୟତ ସରପଞ୍ଚ ଏବଂ ଗ୍ରାମବାସୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସଂପୂର୍ଣ୍ଣ ଅନ୍ଧାରରରେ ରଖ୍ ପ୍ରଶାସନ ଗ୍ରାମ ମଧ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତି ନେଇଛନ୍ତି । ଯାହାକୁ ଗ୍ରାମବାସୀ ବିରୋଧ କରି ମଦ ଦୋକାନଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ଆନ୍ଦୋଳନ ଜାରି ରଖିଛନ୍ତି !

Leave a Reply

Your email address will not be published. Required fields are marked *