ତାଳଚେର ( ଆବାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଥା ଜଣେ ଦରଦୀ ମଣିଷର , ନିଜେ ଅଭାବ ଭିତରେ ରହି ସୁଦ୍ଧା ଅନ୍ୟର ଅସୁବିଧାରେ ପାଖରେ ଠିଆ ହେଉଥିବା ଜଣେ ସମାଜସେବୀଙ୍କର । ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ର ବାପି ମହାନ୍ତି । ସମାଜସେବା କ୍ଷେତ୍ରରେ ସେ ଜଣେ ଅନନ୍ୟ ପ୍ରତିଭା । ଯୁବସମାଜ ପାଇଁ ସେ ସାଜିଛନ୍ତି ଉଦାହରଣ । ବହୁ ଅନୁଷ୍ଠାନ ପକ୍ଷରୁ ପାଇଛନ୍ତି ପ୍ରଶଂସା ଓ ମାନପତ୍ର । ସେ କରୋନାକୁ ଖାତିରି ନକରି ବାହାରି ଯାଆନ୍ତି ଅନ୍ୟର ସେବା ପାଇଁ । ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କଟକ ପଠାଇବା ହେଉ କି କଟକରୁ କୈାଣସି ଗରିବ ଲୋକ ନିଜ ପରିଜନଙ୍କ ମୃତ ଶରୀର ଆଣିବା ହେଉ ସମସ୍ତ ସହଯୋଗ କରନ୍ତି ବାପି ମହାନ୍ତି । ସାମାଜିକ କାମ ନକଲେ ତାଙ୍କୁ କିଛି ଭଲ ଲାଗେ ନାହିଁ । ଏଇ କରୋନା କାଳରେ ପୋଲିସ ଷ୍ଟେସନ, ଅଙ୍ଗନବାଡ଼ି ସେଣ୍ଟର , ପରିବହନ କାର୍ଯ୍ୟାଳୟ, ବିଭିନ୍ନ ଅଫିସ୍ ସହିତ କରୋନା ରୋଗୀଙ୍କ ଘର କୁ ଯାଇ ହ୍ୟାଣ୍ଡ ସାନିଟାଇଜର ମେସିନ ସାହାଯ୍ୟରେ ସାନିଟାଇଜ୍ କରନ୍ତି । କିଏ ଅସୁବିଧା ରେ ପଡ଼ିଥିଲେ ଫୋନ୍ କଲ୍ ପାଇବା ମାତ୍ରେ ଦୈଡି ଯାଆନ୍ତି । ସେ ଓଡ଼ିଶା ସମାଜସେବୀ ମହାସଂଘ ର କାର୍ଯ୍ୟକାରୀ ସଭାପତି । ବାପି ମହାନ୍ତିଙ୍କର ଏପରି କାର୍ଯ୍ୟ କାରଣରୁ ଅଞ୍ଚଳ ବାସୀ ତାଙ୍କୁ ପ୍ରଶଂସା କରିଛନ୍ତି ।