ସୁକିନ୍ଦା ହରିପୁର ଛକରେ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ହରିପୁର କଲେଜ ଛକ ନିକଟରେ ଦୁର୍ଘଟଣା । ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ଯିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ସ୍ଥାନୀୟ ଅଙ୍କୁରାପାଳ ଗ୍ରାମର ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ସୂଚନା ମୁତାବକ ଆଜି ସକାଳ ୧୦ ଟା ସମୟରେ ହରିପୁର କଲେଜ ଛକ ନିକଟରେ ଥିବା ଫ୍ଲାଏ ଆସ୍ ଇଟା ଫ୍ୟାକ୍ଟ୍ରି ରୁ ଏକ ଟ୍ରାକ୍ଟର ଇଟା ବୋଝେଇ କରି ହାତିବାରି ଅଭିମୁଖେ ବାହାରିଥିଲା । ତେବେ ଟ୍ରାକ୍ଟର ଟି ମେନ୍ ରୋଡ଼ କୁ ଉଠୁଥିବା ସମୟରେ ହଠାତ୍ ଟ୍ରାକ୍ଟର ର ଟ୍ରଲି ଓଲଟି ପଡିଥିଲା। ଫଳରେ ଟ୍ରଲି ରେ ବସିଥିବା ଶ୍ରମିକ ଜଣଙ୍କ ଚାପି ହୋଇ ଯାଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହକୁ ସୁକିନ୍ଦା ମେଡ଼ିକାଲକୁ ପଠାଇଥିଲେ । ଖବର ପାଇ ସୁକିନ୍ଦା ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *