କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ସର୍ଵଭାରତୀୟ ସଂଗଠନ ମହିଳାଶକ୍ତି କଟକ ଶାଖା ପକ୍ଷରୁ ସଭାପତି ଲିଙ୍ଗରାଜ ପତି ଓ ମହାସଚିବ ହୃଦାନନ୍ଦ ରାୟଙ୍କ ନେତୃତ୍ୱରେ କଟକ ସଦର ବୟାଳିଶମୌଜ଼ା ଉପକଣ୍ଠ ଝିଙ୍କିରିଆ, ମଣିବାଡ ଆଦି ବହୁ ଅଞ୍ଚଳରେ ୮୦ରୁ ଉର୍ଦ୍ଧ୍ବ ପରିବାରକୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । କରୋନା ସମୟରେ ଏହି ସେବାକାର୍ଯ୍ୟରେ ମହିଳାଶକ୍ତିର ଦଶ ଜଣରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।