ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସାରଙ୍ଗପୁର ଛକ ନିକଟରେ ଦିନ ପ୍ରାୟ 2:30 ମିନିଟ ସମୟରେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ସୂଚନାଯୋଗ୍ୟ ମହିଳା ଜଣକ ସାଇକେଲ ଯୋଗେ ରାସ୍ତା ପାର ହେଉଥିବା ସମୟରେ କଳିଙ୍ଗ ନଗର ଆଡୁ ଆସୁଥିବା ବାଇକ ଆରୋହି ଜଣକ ତାଙ୍କୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ଦୁହେଁ ଗୁରୁତର ଆହତ ଅବସ୍ଥା ରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତା 108 ଯୋଗେ ସେମାନଙ୍କୁ ଦାନଗଦି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।