ବିଜେପି ର ପ୍ରେସ ମିଟ ପରେ ବାଙ୍କୀ ବିଜେଡିରେ କମ୍ପନ !!

0
702

ଡମପଡା ବ୍ଲକ ମନରେଗା ମହାଦୁର୍ନୀତି : ଚର୍ଚ୍ଚାରେ ଉପହାର ଦିଆଯାଇଥିବା ରାଣୀହାର

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀରେ ବିରୋଧୀ ଦଳର ନିଷ୍କ୍ରିୟତା କାରଣରୁ ଦୁର୍ନୀତି ଭ୍ରଷ୍ଟାଚାର ଚରମସୀମାରେ ପହଞ୍ଚିଥିବା ଘଟଣା ନେଇ ଖବର ପ୍ରସାରଣ କରିଥିଲା ଆୱାଜ ମିଡ଼ିଆ . ତେବେ ଖବର ପ୍ରସାରଣ ର ଦୁଇ ଦିନ ପରେ ଦମ ଦେଖାଇଛି ଭାରତୀୟ ଜନତା ପାର୍ଟି ବାଙ୍କୀ ଶାଖା . ଡେରିରେ ହେଉ ପଛେ ନିଦରୁ ଉଠି ବିରୋଧୀ ଦଳର କିଛି କାର୍ଯ୍ୟ କରିଛି ବିଜେପି . ବାଙ୍କୀ ବିଜେପିର ଟାର୍ଗେଟ ରେ ରହିଛନ୍ତି ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଅସୀତ କୁମାର ଜେନା ଏବଂ ତାଙ୍କ ପତ୍ନୀ ତଥା କୁସୁପଙ୍ଗି ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ପରିଡା . ବାଙ୍କୀ ବିଜେପି ର ଅନ୍ୟତମ ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ଉପସ୍ଥିତିରେ ରାଜ୍ୟ ଉପ-ସଭାପତି ପୃଥ୍ୱୀରାଜ ହରିଚନ୍ଦନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗଣମାଧ୍ୟମ ସମ୍ମିଳନୀରେ ସମସ୍ତ ବିଷୟ ଉପସ୍ଥାପନା କରିଛନ୍ତି .

ଡମପଡା ବ୍ଲକ ଅନ୍ତର୍ଗତ କୁସୁପଙ୍ଗୀ ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ପରିଡାଙ୍କ ସ୍ୱାମୀ ତଥା ବ୍ଲକ ଯୁବ ବିଜେଡି ସଭାପତି ଅସୀତ ଜେନା ବିଭିନ୍ନ ନିର୍ମାଣ କାମରେ ସାଙ୍ଘାତିକ ଅର୍ଥ ତୋଷରପାତ କରିଥିବାର ଅଭିଯୋଗ ଆଣିଛି ବିଜେପି . କେବଳ ଅଭିଯୋଗ ଆଣିନି ବରଂ ଏ ସମ୍ପର୍କିତ ସମସ୍ତ କାଗଜପତ୍ର ମଧ୍ୟ ଗଣମାଧ୍ୟମ ଆଗରେ ଉପସ୍ଥାପନା କରିଛି . ଡମପଡା ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଜେଇ , ସହକାରୀ ଯନ୍ତ୍ରୀ , ଏପିଓ , ଜିଆରଏସ ଏବଂ ଭିଏଲଡ଼ବ୍ଳ୍ବୁ ଙ୍କୁ ହାତ ବାରିସୀ କରି ପ୍ରସ୍ତୁତ କରିଥିଲେ ହରିଲୁଟ ର ବ୍ଲୁ ପ୍ରିଣ୍ଟ . ଏପରିକି ଅର୍ଥ ଘୋଟଲାର ନିଶା ଏତେ ଘାରିଥିଲା ଯେ , ନିଜ ପରିବାର ସହ ପତ୍ନୀଙ୍କ ବାପଘର ଲୋକଙ୍କ ନାମରେ ଜବ କାର୍ଡ ହାତେଇ ନିଜକୁ ଶ୍ରମିକ ଦର୍ଶାଇ ଅର୍ଥ ମଧ୍ୟ ନେଇଛନ୍ତି . ତେବେ ଏମାନେ ଏପରି ଜବ କାର୍ଡ ଧାରୀ ଶ୍ରମିକ ଯେଉଁ ମାନଙ୍କର ନାମରେ ଦୁଇ ଦୁଇଟି ଦୋମହଲା ଘର , ଫାର୍ମ ହାଉସ , ଦାମୀ ଶୀତତାପ ନିୟନ୍ତ୍ରିତ ଗାଡି ରହିଅଛି . ଆହୁରି ମଧ୍ୟ ନିଜ ମା’ ଙ୍କ ନାମରେ ଥିବା ଗାଡିକୁ ସରକାରୀ କାର୍ଯ୍ୟାଳୟରେ ଭଡା ସୂତ୍ରରେ ଲଗାଇଛନ୍ତି . ଏପରିକି ପୋଖରୀ ଖୋଳି ହାଲିଆ ହେବା କାରଣରୁ ମନ ଟିକେ ଫୁର୍ତ୍ତି କରିବାକୁ ଛୁଟି କାଟିବା ପାଇଁ ସପରିବାର ଥାଇଲ୍ୟାଣ୍ଡ ମଧ୍ୟ ଯାଇଛନ୍ତି . ବ୍ଲକ କାର୍ଯ୍ୟାଳୟରେ ଭେଣ୍ଡର ସାଜି ସମସ୍ତ ନିର୍ମାଣ କାମ ପାଇଁ କଞ୍ଚାମାଲ ମେଟେରିଆଲ ସପ୍ଲାଇ ମଧ୍ୟ କରିଛନ୍ତି . ତେବେ ପୁରା ପାଞ୍ଚ ଆଙ୍ଗୁଠି ପାଟିରେ ପୁରାଇ ଅର୍ଥ ହଡପ କରିଥିବା ଏହି ଭ୍ରଷ୍ଟ କୁଜିନେତା କିଛି ଛିଟିକା ମାଲ ମଧ୍ୟ ଦଳୀୟ ଅନୁଗତ ଓ କିଛି ପୋଷା ଲାଙ୍ଗୁଡ଼ହଲା ଗଣମାଧ୍ୟମକୁ ଦେଇ ବେଶ ପ୍ରଚାର ପ୍ରସାର କରିଛନ୍ତି . କରୋନା ର ଜୋରଦାର କଟକଣା ଭିତରେ ଜନ୍ମଦିନ ପାଳନ ହେଉ କି ସାମ୍ବାଦିକ ଓ ସମାଜସେବୀଙ୍କୁ କରୋନା ଯୋଦ୍ଧା ସମ୍ମାନ ସବୁ ଥିରେ କିଛି ଅର୍ଥ ଖଟାଇ ଅଳ୍ପ କିଛି ଲୋକଙ୍କୁ ନିଜ ପକେଟ ରେ ରଖିଥିଲେ . ତେବେ ଏ ସବୁ କାରନାମାରେ ତାଙ୍କୁ ଅନୈତିକ ସମର୍ଥନ ଦେଇଛନ୍ତି ଖୋଦ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ . କୁସୁପଙ୍ଗି ପଞ୍ଚାୟତରେ ଏତେ ଫିତାକଟା ଶିଳାନ୍ୟାସ ଉଦଘାଟନ କାର୍ଯ୍ୟକ୍ରମ ହୁଏ ଯେମିତିକି ଏହା ବାଙ୍କୀ ର ସବୁଠାରୁ ସ୍ମାର୍ଟ ପଞ୍ଚାୟତ . ହେଲେ ଏବେ , ପୂର୍ବ ବାଙ୍କୀ ରେ ହୋଇଥିବା ସମସ୍ତ ଦୁର୍ନୀତିରେ ଅସୀତ ଜେନା ଙ୍କ ଭୂମିକା ସାମନାକୁ ଆସିବା ପରେ ଚୋର ମା କାନ୍ଦିବା ପରି ଲୁଚି ଲୁଚି କାନ୍ଦୁଛନ୍ତି . ବିଜୁ ଜନତା ଦଳର ସମସ୍ତ ପ୍ରତିଷ୍ଠା ଲୋକସମ୍ପର୍କ ସମର୍ଥନ ଉପରେ ପ୍ରଶ୍ନବାଚୀ ଠିଆ କରିଛି ଅସୀତ ଜେନାଙ୍କ କଳା କାରନାମା . କାଠଗଡ଼ା ଭିତରକୁ ଆସିଯାଇଛି ପୂର୍ବ ବାଙ୍କୀ ର ବିଜେଡି ସଂଗଠନ . ବିଧାୟକ ତ ଉତ୍ତର ଅଧିକାରୀ ସୂତ୍ରରେ କ୍ଷମତା ପାଇଛନ୍ତି ତାଙ୍କୁ ବେଶୀ କଷ୍ଟ ହେଉନଥିବ . କଷ୍ଟ ହେଉଥିବ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କୁ . ଦୀର୍ଘ ଦୁଇ ଦଶନ୍ଧି ରୁ ଅଧିକ ସମୟ ଧରି ନିଜର ଲୁହ ଲହୁ ଦେଇ ତିଆରି କରିଥିବା ସଂଗଠନ ଏବେ ଭୁଶୁଡିବାର ସମୟ ଆସି ଯାଇଛି . ତାହା କେବଳ କ୍ଷମତାରେ ଅନ୍ଧ ହୋଇ ଅର୍ଥ ରୋଜଗାର ନିଶାରେ ଭ୍ରଷ୍ଟାଚାର କରିଥିବା ଜଣେ କୁଜି ନେତା ପାଇଁ . ଅଣ୍ଟିରେ ପୁରାଇଥିବା ନିଆଁ ଏବେ ଘର ଜାଳିବାର ଦେଖିବେ ବାଙ୍କୀ ବିଜେଡିର ସର୍ବମାନ୍ୟ ନେତା ଜଣକ . ହେଲେ ଏ ଦୁର୍ନୀତିର ଅଧ୍ୟାୟ ଦିନକର କାରନାମା ନୁହେଁ , ଗତ ଚାରି ବର୍ଷର କଳାଚିଠା . ଏପରିକି ପୂର୍ବ ବାଙ୍କୀ ରେ ହେଉଥିବା ଅର୍ଥ ତୋଷରପାତ ସଂଗଠିତ ଦୁର୍ନୀତି ସମ୍ପର୍କରେ ପ୍ରଭାତ ତ୍ରିପାଠୀ ଆଭାସ ପାଇଥିଲେ ବି ହୋଇ ପଡିଥିଲେ ନିରୁପାୟ . ଅନେକ ଦଳୀୟ ଶୁଭେଛୁ ତାଙ୍କୁ କରାଇଥିଲେ ସତର୍କ . ହେଲେ ଧୃତରାଷ୍ଟ୍ର ର କ୍ୟାମୋଫ୍ଲେଜ ତାଙ୍କୁ ପଛକୁ ଟାଣିଥିଲା . ଆଉ ଏବେ ପାପର ଘଡି ପୁରିଲା , ବାଙ୍କୀ ବିଜେପି ଗୁମର ଖୋଲିଲା , ପୁରା ରାଜ୍ୟରେ ମନରେଗା ଦୁର୍ନୀତିରେ ନୂଆ ରେକର୍ଡ ତିଆରି ହେଲା . ବର୍ତ୍ତମାନ ଭାବିବା ବେଳକୁ ନେଡି ଗୁଡ ଯାଇ କହୁଣୀରେ , କିଣା ଗଣମାଧ୍ୟମ କଥା ଚାପିବା ପୂର୍ବରୁ ସବୁ କଥାକୁ ଆମେ ପହଞ୍ଚାଇ ଦେବୁ ବାଙ୍କୀ ବାସୀଙ୍କ ପାଖରେ .

ତୁଟିନି ଏ ସମ୍ପର୍କ … ସରିନି ଏ ଲଢେଇ …… ଖବର ମଧ୍ୟ ସରିନି ……..କ୍ରମଶଃ

LEAVE A REPLY

Please enter your comment!
Please enter your name here