ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଛିମାପଲ୍ଲୀ ଗ୍ରାମରେ ଅଖିଳ ଭାରତ ଆଦିବାସୀ ମହାସଭାର ୭ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରାଜ କିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଉପଦେଷ୍ଟା ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ବସନ୍ତ କୁମାର ପାଇକରାୟ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ତମ୍ଭକାର ସତୀଶ ମିଶ୍ର ମୁଖ୍ୟବକ୍ତା ,ସମାଜସେବୀ ଭାରତ ପାଣିଗ୍ରାହୀ, ପ୍ରଶାନ୍ତ ପାଇକରାୟ ଓ ଅଶୋକ ସାହୁ ପ୍ରମୁଖ ଯୋଗ ଦେଇ ଜଙ୍ଗଲ, ଜମି ଓ ଜଳ ଅଧିକାର ପାଇଁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯାଇ ଶୋଷଣ ବିହୀନ ସମାଜ ଗଠନ କରାଯିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ସନାତନ ମାଝୀ, ଧନେଶ୍ୱର ମାର୍ଥା, ବସନ୍ତ ସେଠୀ, ଲୋଚନ ସେଠୀ, କେଳୁଚରଣ ଦେହୁରୀ, ନୀଳକଣ୍ଠ ନାୟକ, ଶ୍ରୀନିବାସ ମାନସିଂହ, ପଦ୍ମ ଚରଣ ପାତ୍ର ଓ ବଳଭଦ୍ର ମହାପାତ୍ର ପ୍ରମୁଖ ନିଜର ମତ ପ୍ରକାଶ କରିଥିଲେ । ଶେଷରେ ବୈକୁଣ୍ଠ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।