ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ରାଉଲକେଲାର ୨ ନମ୍ବର ସେକ୍ଟରରେ ବସବାସ କରୁଥିବା ସମାଜସେବୀ ମୁକ୍ତିକାନ୍ତ ନାୟକ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଠାରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମୋଟ ୮ ଶହ କିମି ପଦଯାତ୍ରାରେ ବାହାରି ଦେଢ଼ ମାସ ମଧ୍ୟରେ ପହଁଚି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ବିବାଦକୁ ନେଇ ସ୍ଥାୟୀ ଭାଇଚାର ସମ୍ପର୍କ ରଖି ସମାଧାନ କରିବେ ବୋଲି କହିଛନ୍ତି । ରବିବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ତାଙ୍କୁ ସଚେତନ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।