ଆର.ଉଦୟଗିରି ବ୍ଳକ ସମ୍ମୁଖରେ ଦରଦାମ ବୃଦ୍ଧି ବିରୋଧରେ ବିଜୁ ମହିଳା ଜନତା ଦଳର ପ୍ରତିବାଦ !!!

0
185

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେନ୍ଦ୍ର ସରକାରଙ୍କ ଦ୍ଵାରା ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆର.ଉଦୟଗିରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ବିଜୁ ମହିଳା ଦଳ ସଭାପତି ପୂର୍ଣ୍ଣବାସୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି , ଏଥିରେ ଆର ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମିତା ମଣ୍ଡଳ, ସରପଞ୍ଚ ସଂଯୁକ୍ତା ପୂଜାରୀ ପ୍ରମୁଖ ଉପସ୍ଥିତ ରହି ଅହେତୁକ ଦରଦାମ ବୃଦ୍ଧିକୁ ପ୍ରତିବାଦ କରିଥିଲେ । ଏହି ପ୍ରତିବାଦ ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସହ ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ , ଆର ଉଦୟଗିରି ବ୍ଳକ ବିଜେଡି ସଭାପତି ଭୀମ ପାଇକ, ବରିଷ୍ଠ ବିଜେଡି ନେତା ଜଗବନ୍ଧୁ ଦାସଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here