କର୍ମବୀର ଗୌରୀଶଙ୍କର ରାୟ ପାର୍କ ର ପୁନଃଉଦ୍ଧାର !!

Spread the love

ନିଶ୍ଚିତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତ ଅଧୀନରେ ନିର୍ମାଣ ହୋଇଥିବା କର୍ମବୀର ଗୌରୀଶଙ୍କର ରାୟ ପାର୍କ ଟି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଦ୍ଵାରା ଶୁଭ ଦିଆଯାଇଥିଲା | ପାର୍କ ଟି ବେଶ ଆକର୍ଷଣନୀୟ ହୋଇଥିବାରୁ ପ୍ରତ୍ୟକ ଦିନ ସନ୍ଧ୍ୟା ସମୟରେ ଚଳଚଞ୍ଚଳ ହୋଇ ପଡ଼ିଥିଲା | ପରେ ପରେ କରୋନା ମହାମାରୀ ର ପ୍ରଭାବ କାରଣରୁ ଏହି ପାର୍କ ଟିକୁ କିଛିଦିନ ପାଇଁ ବନ୍ଧ କରାଯାଇ ଥିବାର ଦେଖିବାକୁ ମିଳିଥିଲା | ପୁନର୍ବାର କିଛି ମାସ ପରେ ପାର୍କ ଖୋଲିବା ନିମନ୍ତେ ସରକାର ଅନୁମତି ଦେଇଥିଲେ , ମାତ୍ର ପାର୍କ ର ରକ୍ଷାଣବେକ୍ଷଣ ରେ ତ୍ରୁଟି ଥିବାରୁ ସମସ୍ତ ପଞ୍ଚଯାତର ପାର୍କ ଖୋଲାଯାଇଥିଲେ ମଧ୍ୟ ଅସୁରେଶ୍ୱର ପଞ୍ଚାୟତ କର୍ମବୀର ଗୌରୀଶଙ୍କର ରାୟ ପାର୍କ ଟି ଖୋଲାଯାଇ ପାରିନଥିଲା || ଏହାଦ୍ଵାରା ସ୍ଥାନୀୟ ଲୋକ , ଛୋଟ ଛୋଟ ପିଲା ଅସନ୍ତୋଷ ହେଉଥିବାର ଦେଖିବାକୁ ମିଳିଥିଲା | ଏହିସବୁ କୁ ଆଖିରେ ରଖି ସ୍ଥାନୀୟ ସରପଞ୍ଚ ମହେଶ୍ୱର ବାରିକ ନିଜର ତତ୍ପରତା ଦେଖାଇଥିଲେ , ଏବଂ ପାର୍କ ଟିକୁ ପୁନର୍ବାର ପୂର୍ବ ରୂପରେଖ କୁ ଫେରାଇ ଆଣିଥିଲେ | ପାର୍କର ଚମକ ଫେରି ଆସିବା ପରେ ଏବେ ଏହା ପୁନର୍ବାର ଚଳଚଞ୍ଚଳ ହୋଇଉଠିଛି ||

Leave a Reply

Your email address will not be published. Required fields are marked *