ଅବକାରୀ ବିଭାଗର ଚଢ଼ାଉ : ଜଣେ ଗିରଫ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ . ଅବକାରୀ ବିଭାଗର ଇନିସପେକ୍ଟର ଭୈରବ ସାହୁଙ୍କ ନେତୃତ୍ୱରେ ପୋଲିସର ମିଳିତ ସହଯୋଗରେ ବେଗୁନିଆ ଥାନା ଅନ୍ତର୍ଗତ ରାସୋଳ ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କ ଠାରୁ ୨୦ଲିଟର ଦେଶୀ ମଦ, ୪ଟି ବ୍ଲାଡ଼ର ଓ ପଲିଥିନ ପାଉଚ ପ୍ୟାକେଟ ଓ ୫ ଟି ସିଲିଙ୍ଗ ମେସିନ ଜବତ କରାଯାଇଥିବାର ସୂଚନା ମିଳିଛି . ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଜବତ କରାଯାଇଥିବା ଜିନିଷର ଆନୁମାନିକ ମୂଲ୍ୟ ୯ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *