ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ସଂଗ୍ରାମ ମହାପାତ୍ର ଯୋଗ ଦେବା ପରେ ପ୍ରଥମ ଥର ପାଇଁ ଅଚାନକ ବାଣପୁର ବ୍ଲକ୍ କୁ ହସ୍ତ କରିଛନ୍ତି । ପ୍ରଥମେ ମା ଭାଗବତୀ ମନ୍ଦିର ଙ୍କ ମନ୍ଦିର କୁ ଯାଇ ଉନ୍ନତିକରଣ କାମ , ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ସହ ବିଭିନ୍ନ ବିଦ୍ୟାଳୟ ର ଭୋଟର କେନ୍ଦ୍ର ପରିଦର୍ଶନ କରିଥିଲେ । ତହସିଲ କାର୍ଯ୍ୟାଳୟରେ ବହୁଦିନ ଧରି ପଡି ରହିଥିବା କାର୍ଯ୍ୟ ତୁରନ୍ତ କାମ ସାରିବା ପାଇଁ ନିର୍ଦେଶ ଦେବା ସହ , ସାଧାରଣ ଲୋକ ଙ୍କ କଥା ତୁରନ୍ତ ସମାଧାନ ପାଇଁ ସମସ୍ତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଗସ୍ତ ସମୟରେ କିଛି ଲୋକ ନିଜ ନିଜର ଅଭିଯୋଗ ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳ ସେହି ଅଭିଯୋଗ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାଯାଇଛି ।
ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ବାଣପୁର ବ୍ଲକ୍ ଗସ୍ତ ।

