ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରୋଟାରୀ କ୍ଲବ ର ୩୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ୭ ନଭେମ୍ବର ୧୯୯୦ ମସିହାରେ ନୟାଗଡ଼ ରେ ପ୍ରତିଷ୍ଠିତ ରୋଟାରୀ କ୍ଲବ ତାର ପ୍ରତିଷ୍ଠା ଦିବସ ଅବସରରେ ସଦସ୍ୟ ମାନେ ସମର୍ପଣ ବୃଦ୍ଧାଶ୍ରମ ରେ ଅନ୍ତୋବାସୀ ଙ୍କୁ ଖାଦ୍ୟ ପରିବେଷଣ କରି ପ୍ରତିଷ୍ଠା ଦିବସ ପାଳନ କରିଥିଲେ । ଏହି ଅବସରରେ ସଭାପତି ଧିରେନ୍ଦ୍ର ପଟ୍ଟନାୟକ ଆୟୋଜିତ ସାଧାରଣ ସଭାରେ କ୍ଲବ ର ସଭ୍ୟମାନଙ୍କୁ ରୋଟାରୀ କ୍ଲବ କରୁଥିବା ଜନହିତକର କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସମ୍ପାଦକ ମିହିର ରଂଜନ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ରୋଟାରୀଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଏବଂ ଅବଦୁଲ୍ ଆରିଫ ଖାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କ୍ଲବ ର ସଦସ୍ୟ ମାନେ କ୍ଲବରେ ନିଜ ନିଜର ର ଅଭିଜ୍ଞତା ଏବଂ ଅନୁଭୁତି ସମ୍ପର୍କରେ ଆଲୋଚନା କରିଥିଲେ । ରୋଟାରୀଆନ ପ୍ରବୀର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।
ନୟାଗଡ଼ ରୋଟାରୀ କ୍ଲବ ର ୩୨ତମ ପ୍ରତିଷ୍ଠା ଦିବସ ପାଳିତ ।

