ବାଣପୁର ରେ ମହିଳା ଙ୍କ ଆତ୍ମହତ୍ୟା ଅଭିଯୋଗ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରବିବାର ସନ୍ଧ୍ୟାରେ ବାଣପୁର ଥାନା ଅଧିନସ୍ଥ ବିଷ୍ଣୁଡିହ ଗ୍ରାମରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ର ପରିବାର ଲୋକଙ୍କ ଅଭିଯୋଗ ରୁ ବାଣପୁର ଥାନା ସୂତ୍ରରୁ ପ୍ରକାଶ । ଘଟଣା ରୁ ପ୍ରକାଶ ଯେ ରବିବାର ସନ୍ଧ୍ୟା ରେ ବାଣପୁର ଅଞ୍ଚଳ ବିଷ୍ଣୁଡିହ ଗ୍ରାମର ସୁଦାମ ବାରିକଙ୍କ ପତ୍ନୀ ପଲିଶ୍ରୀ ବାରିକ (୪୨) କୌଣସି କାରଣ ରୁ ଘରେ ବିଷ ପିଇ ଦେଇଥିଲେ । ତାଙ୍କୁ ପରିବାରବର୍ଗ ବାଲୁଗାଁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ବାଣପୁର ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ବାଣପୁର ପୋଲିସ ବାଲୁଗାଁ ମେଡିକାଲ ରୁ ମୃତ ପଲ୍ଲିଶ୍ରୀଙ୍କ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ରବିବାର ସନ୍ଧ୍ୟା ହୋଇ ଯାଇଥିବାରୁ ଶବଟିକୁ ଶବାଗାର ରଖି ତଦନ୍ତ ଜାରି ରଖିଛି । ସୋମବାର ମୃତକ ଙ୍କ ପଞ୍ଚାନାମା ପରେ ତଦନ୍ତ ଆଗକୁ ବଢିବ ବୋଲି ତଦନ୍ତ କାରି ଅଫିସର ସମୀର ଦଳେଇ କହିଛନ୍ତି ।।

Leave a Reply

Your email address will not be published. Required fields are marked *