ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପ୍ରଖ୍ୟାତ ସାମ୍ବାଦିକ ତଥା କାର୍ଟୁନିଷ୍ଟ କିଶୋର ରଥଙ୍କ ଅକାଳ ବିୟୋଗରେ ନୟାଗଡ଼ ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ସ୍ମୃତିସଭା ଆୟୋଜିତ . ସଂଘର ସଦସ୍ୟ ମାନେ କ୍ୟାଣ୍ଡଲ ଶୋଭାଯାତ୍ରା କରି ସହର ପରିକ୍ରମା କରିବା ସହ ମୁଖ୍ୟ ଟ୍ରାଫିକ ଛକ ଠାରେ ଶୋକ ସଭା କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଡିଜିଟାଲ ମିଡିଆ ସଂଘର ସମ୍ପାଦକ କିଶୋର ମହାପାତ୍ର, ସଭାପତି ଅନୱାର ଅଲ୍ଲୀ, ପ୍ରଭାତ ମହାପାତ୍ର, ଉପ-ସଭାପତି ଯଯାତି କେଶରୀ ମହାପାତ୍ର, ଶ୍ରୀଧର ପ୍ରଧାନ, କୈଳାସ ଶିଅ, ଗୋକୁଳ ଷଡ଼ଙ୍ଗୀ, ଧର୍ମେନ୍ଦ୍ର ଗୁମାନ ସିଂ, ସୁଧାକର ମିଶ୍ର, ପ୍ରମୋଦ ମହାପାତ୍ର , ବିଭୁତି ମହାପାତ୍ର, ଜୟନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଆମର ଆତ୍ମାର ସଦଗତ୍ତି କାମନା କରିଥିଲେ ।
ପ୍ରଖ୍ୟାତ ସାମ୍ବାଦିକ କାର୍ଟୁନିଷ୍ଟ କିଶୋର ରଥଙ୍କ ଅକାଳ ବିୟୋଗରେ ନୟାଗଡ଼ ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ସ୍ମୃତିସଭା !!!

