ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଜେଡିର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଦନେକ୍ ବାଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣା ପଞ୍ଚାୟତ ସମ୍ମୁଖ ପଡ଼ିଆ ଠାରେ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ନେତୃତ୍ୱରେ ବିଜେଡ଼ିର ପଂଚାୟତ ସ୍ତରୀୟ ନେତୃତ୍ୱ ସମ୍ମିଳନୀ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଯାଇଛି । ବିଜେଡ଼ିକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ସହ ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରହିଥିବା ବେଳେ କିଭଳି ନିଜର ସମର୍ଥିତ ପାର୍ଥି ର ବିଜୟ ସୁନିଶ୍ଚିତ କରାଇବା ସେନେଇ ଆଲୋଚନା ହୋଇଥିଲା । ବ୍ଲକର ଦୁଇଟି ଜୋନ୍ ର ଜିଲ୍ଲା ପରିଷଦ ବିଜେଡ଼ି ଦଳର ସମର୍ଥିତ ପ୍ରାର୍ଥୀଙ୍କୁ କିପରି ଜିତେଇବା ସେଥିପାଇଁ ମଧ୍ୟ ଆଲୋଚନା ହୋଇଥିଲା। ଏଥି ସହିତ ପ୍ରତି ୱାର୍ଡରେ ବିଜେଡ଼ି କମିଟି ଗଠନ କରିବା ସହ ପଞ୍ଚାୟତରେ ୧୫ ଜଣିଆ ଓ ପ୍ରତି ୱାର୍ଡରେ ଦୁଇ ଜଣ ମହିଳା ଓ ତିନି ଜଣ ପୁରୁଷକୁ ନେଇ ୫ ପାଞ୍ଚ ଜଣିଆ କମିଟି ଗଠନ କରି ତୃଣମୂଳ ସ୍ତରରେ ବିଜେଡ଼ି ପାଇଁ କାର୍ଯ୍ୟ କରିବେ ବୋଲି ନିଷ୍ପତି ହୋଇଥିଲା । ଏହି ଵୈଠକରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ଉପରେ ଆଲୋକପାତ କରିବା ସହ ପଞ୍ଚାୟତ ବାସୀଙ୍କ ସମସ୍ୟା ଶୁଣି ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ କୁ ନନ୍ଦନ ପ୍ରଧାନ ପରିଚାଳନା କରିଥିବା ବେଳେ ପୂର୍ବତନ ସମିତି ସଭ୍ୟ ସଞ୍ଜୀବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଯୁବ ସଭାପତି ରଞ୍ଜନ ପ୍ରଧାନ ଙ୍କ ସମେତ ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ସରପଞ୍ଚ ସୁଜାତା ପଡ୍ରା, ସାଂସଦ ପ୍ରତିନିଧି କ୍ଷେତ୍ରିବଳ ନାୟକ, ପୂର୍ବତନ ସଭାପତି ଦିଲିପ ମଲିକ, ପୂର୍ବତନ ଲ୍ୟାମ୍ପସ ସଭାପତି ଧର୍ମେନ୍ଦ୍ର ପ୍ରଧାନ, ଇନ୍ଦ୍ରଜିତ ପ୍ରଧାନ , କ୍ରିଶାନ୍ତ ନାୟକ, ପୁରେ ପ୍ରଧାନ, ନହ ପ୍ରଧାନ, ଦିଲିପ ସାହୁ ପ୍ରମୁଖ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *