ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଜେଡି ସଙ୍ଗଠନକୁ ୱାର୍ଡ ସ୍ତରରେ ମଜଭୁତ କରିବା ପାଇଁ ଦଳୀୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ସୁକିନ୍ଦା ବ୍ଳକର ଖଣି ପ୍ରଭାବିତ ଅଞ୍ଚଳର ୯ ଗୋଟି ପଞ୍ଚାୟତକୁ ନେଇ ହୋଇଥିବା ବୈଠକରେ ମହିଳା, ଯୁବ, ଛାତ୍ର ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଅଧିକ କ୍ରିୟାଶୀଳ ହେବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀଯୁକ୍ତ ଘଡାଇ । ସମସ୍ତ ଛାମୁଆ ସଙ୍ଗଠକଙ୍କ ମଧ୍ୟରେ ସମନ୍ୱୟ ରଖି ପଞ୍ଚାୟତ ନିର୍ବାଚନ ପାଇଁ କାର୍ଯ୍ୟ ଅବ୍ୟାହତ ରଖିବାକୁ କାଳିଆପାଣି ଠାରେ ହୋଇଥିବା ବୈଠକରେ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ।
କାଳିଆପାଣିରେ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ ।

