ଟାଙ୍ଗୀରେ ହାତୀ ପଲଙ୍କ ଉପଦ୍ରବ : ନଷ୍ଟ କଲେ ଏକର ଏକର ଧାନ ଫସଲ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ରେ ଦିନକୁ ଦିନ ବଢି ଚାଲିଛି ଜଙ୍ଗଲୀ ହାତୀ ପଲଙ୍କ ଆତଙ୍କ ରାଜ । ଦିନରେ ହାତୀ ପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଖାଇବା ଲୋଭରେ ଗାଁ ମୁହାଁ ହେଉଛନ୍ତି । ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହେଉଛନ୍ତି । ଧନ ଜୀବନ ବି ବିପନ୍ନ ହେଉଛି । ଧାନ ଅମଳ ହେବାକୁ ଆଉ ଅଳ୍ପ କେଇଟା ଦିନ ବାକି ଥିବା ବେଳେ ହାତୀପଲଙ୍କ ଯୋଗୁଁ ଫସଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । କିଛି ଦିନ ତଳେ ବିଳମ୍ବିତ ରାତିରେ ଖୋର୍ଦ୍ଧା ବନ ଖଣ୍ଡ ଭୁଷଣ୍ଡପୁରରେ ୧୬ ଟି ଜଙ୍ଗଲୀ ହାତୀ ପଲ ଗାଁ ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଯାହା ଦ୍ଵାରା ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଟାଙ୍ଗୀ ବନାଂଚଳ ରେଂଜର ରଵିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଧେଶରେ ବନ ବିଭାଗ କର୍ମଚାରୀମାନେ ହାତୀ ପଲଙ୍କ ଉପରେ କଡା ନଜର ରଖିଛନ୍ତି। ଅକ୍ଳାନ୍ତ ପରିଶ୍ରମ କରି ବନ କର୍ମଚାରୀ ମାନେ ହାତୀ ପଲକୁ ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ହାତୀ ପାଦରେ ଫସଲ ନଷ୍ଟ ହେଉଥିଵାରୁ ବନ ଵିଭାଗ ଉପରେ ଚାଷୀମାନେ ଦୋଷ ଲଦିଛନ୍ତି। ଫସଲ ନଷ୍ଟ ହେଇଥିଵାରୁ ଚାଷୀମାନେ କ୍ଷତି ପୂରଣ ପାଇବା ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *