ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର କହିଲେ ନିଜ ଅନୁଭୂତିର କଥା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦିଲ୍ଲୀ ଦରବାରରେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲେ କନ୍ତିରା ଗ୍ରାମର ଶତାୟୁ ଚାଟଶାଳୀ ଶିକ୍ଷକ ନନ୍ଦ ସାର । ସୁକିନ୍ଦା ବ୍ଲକ ଅଧିନସ୍ଥ ବର୍ତଣ୍ଡା ଗ୍ରାମପଞ୍ଚାୟତ ଅଧିନସ୍ଥ କନ୍ତିରା ଗ୍ରାମର ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟି 6 ତାରିଖ ଶନିବାର ବିଳମ୍ବିତ ରାତିରେ ଯାଜପୁର ରୋଡ ରେଳଷ୍ଟେସନରୁ ଟ୍ରେନ ଯୋଗେ ଦିଲ୍ଲୀ ଗସ୍ତ କରିଥିଲେ । ଜୀବନ ବ୍ୟାପି ସାଧନାକୁ ସ୍ୱିକୃତୀ ସହ ସର୍ବୋଚ୍ଚ ସମ୍ମାନ ଗ୍ରହଣ ପାଇଁ ରାଷ୍ଟ୍ରପତି ଭବନରେ ପହଂଚିଥିଲେ ନନ୍ଦ ସାର . ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ . ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଗ୍ରହଣ କରିବା ସମୟରେ ଶତାୟୁ ଶିକ୍ଷକ ରାଷ୍ଟ୍ରପତିଙ୍କ ଶୁଭ ମନାସି ଆଶୀର୍ବାଦ ଦେବାର ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା । 104 ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ 82 ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି । ତେବେ ପଲ୍ଲୀରୁ ଦିଲ୍ଲୀରେ ପହଁଚିଥିବା ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ଜୀବନୀ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ନନ୍ଦ ସାର ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପରେ ସ୍ଥାନୀୟ ଅଞ୍ଚଳ ବାସୀ ଏହାକୁ ନେଇ ବେଶ ଗର୍ବିତ ଅଟନ୍ତି । ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରି ଦିଲ୍ଲୀରୁ ଫେରି ନିଜ ଗ୍ରାମରେ ପହଞ୍ଚିବା ପରେ ନନ୍ଦ ସାର ଙ୍କୁ ଭାବପୂର୍ଣ୍ଣ ସ୍ୱାଗତ କରିଥିଲେ ଅଞ୍ଚଳବାସୀ .

Leave a Reply

Your email address will not be published. Required fields are marked *