ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ସିଙ୍ଗେଶ୍ଵର ପଞ୍ଚାୟତ ସମବାୟ ସମିତିରେ ଶତାଧିକ ଚାଷୀ ସେମାନଙ୍କ ସମସ୍ୟାକୁ ନେଇ ସିଙ୍ଗେଶ୍ଵର ପଞ୍ଚାୟତ ସମବାୟ ସମିତି କାଯ୍ୟଳୟ ଘେରାଉ କରିଥିଲେ। ସେମାନଙ୍କ ସମବାୟ ସମିତି ସମ୍ପାଦିକା ନୀରଜା କୁମାରୀ ଗୁ ମାନସିଂଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଅଭିଯୋଗ ହେଲା ମଣ୍ଡିକୁ ଦିଆଯାଉଥିବା ଧାନ ନେଇ ସେମାନଙ୍କୁ ଭୁଲ୍ ତଥ୍ୟ ଦିଆଯାଉଛି। ଯେପରିକି ପୂର୍ବରୁ ଯେତିକି ଜମି ପଞ୍ଜୀକୃତ କରିଥିଲୁ ସେଥିରୁ ଅଶି ପତିଶତ ପଞ୍ଜୀକୃତ ଜମି ମନଇଛା କାଟି ଦିଆଯାଇଛି । ଫଳରେ ପାଞ୍ଚମାଣ ଜମିରୁ ଦୁଇମାଣ ଜମି ପଞ୍ଜୀକୃତ ହୋଇଥିବା ସ୍ଥଳେ ବାକି ତିନିମାଣ ଜମିର ଧାନ ଆମେ କଣ କରିବୁ। ଆଉ ଏ ସବୁ ଯେଉଁ ସରକାରୀ ଅଧିକାରୀ ତଦନ୍ତ କରିଛନ୍ତି ସେ କେମିତି ତଦନ୍ତ କରିଛନ୍ତି ତାହା ଏବେ ସନ୍ଦେଅ ଘେରରେ ଅଛି ବୋଲି ଚାଷୀମାନେ କହିଛନ୍ତି। ସବୁ ସମସ୍ୟାର ଯଥାଶୀଘ୍ର ସ୍ଥାୟୀ ସମାଧାନ ନ ହେଲେ ଆସନ୍ତା ବିଧାନସଭା ଅଧିବେଶନ ବେଳେ ସମସ୍ତ ଚାଷୀ ନିଜେ ଅମଳ କରିଥିବା ଧାନ ନେଇ ବିଧାନସଭା ସମ୍ମୁଖ ରାଜ ରାସ୍ତାରେ ଢାଳିଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସମବାୟ ସମିତି ସମ୍ପାଦିକା ନୀରଜା କୁମାରୀ ଗୁମାନସିଂ ନିଜର ପ୍ରତିକ୍ରିୟାରେ କହିଛନ୍ତି ଏ ସଂକ୍ରାନ୍ତରେ ଉଚ୍ଚ ଅଧିକାରୀ ସମବାୟ ସମିତି ଆଡମିନିଷ୍ଟେଟର୍ ଏଆରସିଏସ୍ ଏବଂ ଡିଆରସିଏସ୍ ଙ୍କୁ ଅବଗତ କରାଯାଇଛି । ଉପଯୁକ୍ତ ତଦନ୍ତ କରି ଚାଷୀଙ୍କ ହକ୍ ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।।
ସମବାୟ ସମିତି ଘେରିଲେ ଶତାଧିକ ଚାଷୀ !!!

