ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବୃଦ୍ଧା ଙ୍କର ସାହାରା ପାଲଟିଛି ଅନନ୍ୟା ଫାଉଣ୍ଡେସନ । ନୟାଗଡ଼ ଘଡୁଆଳ ପଞ୍ଚାୟତ ର ବଡ ଘଡୁଆଳ ର ସୁଲେଇ ପାତ୍ର । ବୟସ ୮୫ ଛୁଇଁଲାଣି । ଠିକ୍ ସେ ଚାଲି ବି ପାରୁନାହାନ୍ତି , ପନ୍ଦର ବର୍ଷ ତଳୁ ସ୍ୱାମୀ ଙ୍କର ବିୟୋଗ ହୋଇଯାଇଛି । ଏକ ପରିତ୍ୟକ୍ତ ଘରେ ପଡି ରହିଛନ୍ତି ସୁଲେଇ ପାତ୍ର । ତିନି ପୁଅ ମାତ୍ର ବୁଢ଼ୀ ମା’ କୁ ପର କରି ଦେଇଛନ୍ତି । ପଡ଼ୋଶୀ କିଛି ଖାଇବାକୁ ଦେଲେ ସେତିକି ରେ ସନ୍ତୁଷ୍ଟ ହୁଅନ୍ତି । ଏସମ୍ପର୍କରେ ଖବର ପାଇ ଅନନ୍ୟା ଫାଉଣ୍ଡେସନ ପହଞ୍ଚି ଥିଲା ସୁଲେଇ ପାତ୍ର ଙ୍କ ପାଖରେ । ଭେଟି ସାରିବା ପରେ ତାଙ୍କର ସମ୍ପର୍କରେ ସବୁ ବୁଝି ସାରି ତାଙ୍କୁ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବା ସହ ପ୍ରତିଦିନ ରନ୍ଧା ଖାଦ୍ୟ ସୁଲେଇଙ୍କ ପାଖରେ ପହଞ୍ଚାଉଛି । ଫାଉଣ୍ଡେସନ ର ଏହି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।