ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳରେ ବାଇକ୍ ଚୋରି ଗ୍ୟାଙ୍ଗ ଗିରଫ , ସମସ୍ତ ଅଭିଯୁକ୍ତ କୋର୍ଟ ଚାଲାଣ . କଣିହାଁ ଥାନା ଆଇଆଇସି କିଶୋର କୁମାର ସାମଲଙ୍କ ନେତୃତ୍ୱରେ ତିନି ଅଭିଯୁକ୍ତ ସହ ୮ ଟି ମଟର ସାଇକେଲ ଧରା ପଡିଛି । ବାଇକ୍ ଚୋରିରେ ଧରା ପଡିଥିବା ଅଭିଯୁକ୍ତ ହେଲେ ପରେଶ ଦେହୁରୀ, ବିରେନ୍ ଦେହୁରୀ, ରିପୁନ ବେହେରା . ଦୁଇଜଣ ବଇଣ୍ଡା ଗ୍ରାମର ହୋଇଥିବା ବେଳେ, ଆଉ ଜଣେ ଟୋଲକବେଡାରୁ ବୋଲି ଜଣାପଡିଛି ।
ବାଇକ୍ ଚୋରି ଗ୍ୟାଙ୍ଗ ଗିରଫ : ସମସ୍ତ ଅଭିଯୁକ୍ତ କୋର୍ଟ ଚାଲାଣ !!!

