ସାଧାରଣ ଲୋକଙ୍କୁ ପରଜଙ୍ଗ ଥାନା ଅଧିକାରିଣୀଙ୍କ ମାଡ ମାରିବା ଘଟଣା : ବିଜେପି ଯୁବମୋର୍ଚ୍ଚାର ଗଣଧାରଣା ।

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସର୍ବସାଧାରଣ ସ୍ଥାନରେ ସାଧାରଣ ଲୋକଙ୍କୁ ପରଜଙ୍ଗ ଥାନା ଅଧିକାରିଣୀଙ୍କ ମାଡ ମାରିବା ଘଟଣା ଏବଂ ଏହାର ପ୍ରତିବାଦ କରିବାରୁ ବିଜେପି ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ କୁମାର ଗୋଚ୍ଛାୟତଙ୍କୁ ମଧ୍ୟ ଗାଳିଗୁଲଜ ଘଟଣାର ବିରୋଧ କରି ବିଜେପି ଯୁବମୋର୍ଚ୍ଚା ର ଗଣଧାରଣା । ସୂଚନା ଅନୁସାରେ ଗତକାଲି ରାତ୍ରି ସମୟରେ ପରଜଙ୍ଗ ମାର୍କେଟ ଠାରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ଦୀପକ କୁମାର ଗୋଚ୍ଛାୟତ ମାର୍କେଟରୁ କିଛି ଘରୋଇ ଜିନିଷପତ୍ର କିଣି ସାରିବା ପରେ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ସମୟରେ ପରଜଙ୍ଗ ଥାନା ଅଧିକାରିଣୀ ଶ୍ରୀମତୀ ନମିତା ନାୟକ ପୋଲିସ ଗାଡି ଯୋଗେ ଆସି ମାର୍କେଟରେ ଉପସ୍ଥିତ ଥିବା ସାଧାରଣ ଜନତା ଓ ଯୁବକ ମାନଙ୍କୁ ହଠାତ୍ ଗାଡିରୁ ଓହ୍ଲାଇପଡି ଅଭଦ୍ରଚିତ୍ତ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ମଳୟ କୁମାର ସାହୁ ଙ୍କ ମୋବାଇଲ ରିଙ୍ଗ ହେବାରୁ କଲ୍ ରିସିଭ୍ କରିବା ପାଇଁ ମୋବାଇଲ ଧରିଥିବା ବେଳେ ଆଇ.ଆଇ.ସି. ହଠାତ୍ ତାଙ୍କ ପ୍ରତି ଉତ୍‌କ୍ଷିପ୍ତ ହୋଇ ଏଠି କଣ କରୁଛୁବେ କହି ଗାଳି ଦେଇଥିଲେ, ଯାହାର ଉତ୍ତର ଶ୍ରୀ ସାହୁ ଅତି ସାଧାରଣ ଭାବେ ହସିଦେଇ ମୋର ଫୋନ୍ କଲ୍ ଆସୁଛି ବୋଲି କହିଥିଲେ । ତାଙ୍କ ଉତ୍ତରରେ ସନ୍ତୋଷ ନହୋଇ ଆଇ.ଆଇ.ସି. ମହାଶୟା ହଠାତ୍ ରାଗିଯାଇ ଶ୍ରୀ ସାହୁଙ୍କ ଗାଲକୁ ଏକ ଶକ୍ତ ଚାପୁଡା ମାରିବା ସଙ୍ଗେ ସଙ୍ଗେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଏସବୁ ଅନ୍ୟାୟ ଘଟଣା ଦେଖି ସେଠାରେ ଉପସ୍ଥିତ ଥିବା ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ଗୋଚ୍ଛାୟତ ଆଇ.ଆଇ.ସି.ଙ୍କର ଏପରି ଅନ୍ୟାୟ କାର୍ଯ୍ୟକଳାପ ଓ ମାଡ ମାରିବା ଘଟଣାକୁ ପ୍ରତିବାଦ କରିବାରୁ ଆଇ.ଆଇ.ସି. ତାଙ୍କୁ ମଧ୍ୟ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ କେଶ କରି ଜେଲ ରେ ପୁରାଇଦେବେ ବୋଲି ଧମକ ଦେଇଥିଲେ । ତାଙ୍କର ଏପରି ଅଭଦ୍ରଚିତ୍ତ ବ୍ୟବହାର ଓ ଅନ୍ୟାୟ ଭାବରେ ମାଡମାରିବା ଘଟଣା ଜନବିରୋଧି ଏବଂ ଅଗଣତାନ୍ତ୍ରୀକ ବୋଲି ପ୍ରକାଶ କରି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ପରଜଙ୍ଗ ଥାନା ସମ୍ମୁଖରେ ଏକ ଗଣ ବିକ୍ଷୋଭ କରାଯାଇଛି । ଯଦି ତୁରନ୍ତ ଆଇ.ଆଇ.ସି. ମହାଶୟାଙ୍କୁ ଢେଙ୍କାନାଳ ଜିଲ୍ଲାରୁ ଅନ୍ୟତ୍ର ବଦଳି କରାନଯାଏ , ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜିଲ୍ଲା ସ୍ତରରେ ବ୍ୟାପକ ଭାବରେ କରାଯିବ ବୋଲି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା ଢେଙ୍କାନାଳ ଏସ୍ପି ଙ୍କୁ ଏକ ଦାବିପତ୍ର ପ୍ରଦାନ କରି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *