ଅନୁଗୋଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ରାଜ୍ୟରେ ଟ୍ରାଫିକ କଟକଣା କଡାକଡି ଭାବରେ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ଚେକିଂ ଓ ବ୍ଳକିଙ୍ଗ . ତାଳଚେର ପୋଲିସ ପ୍ରଶାସନ ପକ୍ଷରୁ ତାଳଚେର ବାଇପାସ ଠାରେ ହେଲମେଟ ଚେକିଙ୍ଗ ହେଉଥିଲା । ଯେଉଁ ମାନେ ହେଲମେଟ ନ ପିନ୍ଧି ବାଇକ୍ ଚଲାଇ ଯାଉଥିଲେ, ସେମାନଙ୍କ ଠାରୁ ପୋଲିସ ଚାଲାଣ କାଟି ମୋଟା ଅଙ୍କର ଜୋରିମାନା ଆଦାୟ କରୁଥିଲା ଏବଂ ଯେଉଁ ମାନଙ୍କ ପାଖରେ ଜୋରିମାନା ଦେବାକୁ ଟଙ୍କା ନ ଥିଲା ସେମାନେ ଥାନାକୁ ଯାଇ ଚାଲାଣ କାଟି ଜୋରିମାନା ଦେଇ ଗାଡ଼ି କୁ ଆଣିବ ବୋଲି ପୋଲିସ ବାଇକ୍ ଚାଳକକୁ ନିର୍ଦ୍ଦେଶ ଦେଉଥିଲା ।
ତେବେ ଚେକିଂ ସମୟରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ ଯାହାକୁ ନେଇ ଟ୍ରାଫିକ ନିୟମ ପାଳନ ସମ୍ପର୍କରେ ଦେଖା ଦେଇଛି ପ୍ରଶ୍ନବାଚୀ . ଚେକିଂ ସମୟରେ ଜବତ ଗାଡ଼ି ଗୁଡିକୁ ପୋଲିସ ବାବୁମାନେ ବିନା ହେଲମେଟ ରେ ଚଳାଇ ଯାଉଥିଲେ . ଯଦି ବିନା ହେଲମେଟ ରେ ଗାଡି ଚଲାଇ ଲୋକେ ତଣ୍ଡ ଗଣିବେ ତେବେ ପୁଲିସ ନିଜେ କେମିତି ମୁଣ୍ଡରେ ହେଲମେଟ ନ ପିନ୍ଧି ବାଇକ୍ ଚଲାଇ ନେଇଯାଉଛନ୍ତି, ଏପରି ଘଟଣା ପରେ ଲୋକେ କରିଥିଲେ ପ୍ରଶ୍ନ ? ଲୋକମାନଙ୍କର ପୋଲିସ ଚାଲାଣ କାଟି ଜୋରିମାନା ଆଦାୟ କରୁଛି, ତାହେଲେ ଏଠି ହେଲିମଣ୍ଟ ପିନ୍ଧି ନ ଥିବା ପୋଲିସ ର ଚାଲାଣ କାଟିବ କିଏ ? ଯଦି ପୋଲିସ ପ୍ରଶାସନ ସ୍ଥାନୀୟ ଜନସାଧାରଣ ତଥା ବାଇକ୍ ଆରୋହୀ ଙ୍କୁ ହେଲମେଟ ପିନ୍ଧିବା ପାଇଁ ସଚେତନତା ର ବାର୍ତ୍ତା ବାଣ୍ଟୁଛନ୍ତି, ତାହେଲେ ପୋଲିସ୍ ନିଜେ କାହିଁକି ପ୍ରଥମେ ସଚେତନ ହେଉନାହାନ୍ତି । ଖୋଦ ପୋଲିସ ପ୍ରଶାସନ ଯଦି ଭୁଲ କରିବ, ନିୟମକୁ ଉଲ୍ଲଂଘନ କରିବ ତାହେଲେ ସାଧାରଣ ଲୋକଙ୍କ କଥା ପଚାରେ କିଏ ?