ପଞ୍ଚାୟତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସାଂସଦଙ୍କ ବୈଠକ !!

0
244
Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର 27ଟି ପଞ୍ଚାୟତର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଂସଦ ମହେଶ ସାହୁଙ୍କ ନେତୃତ୍ୱ ଏବଂ ପ୍ରଦୀପ କୁମାର ସାହୁଙ୍କ ଆବାହକରେ ସମଲ ଗ୍ରାମପଞ୍ଚାୟତ ସ୍ଥିତ ସାଂସଦ ଙ୍କ କାର୍ଯ୍ୟାଳୟରେ, ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭିନ୍ନ ଶିଳ୍ପ ସଂସ୍ଥାର ଜନସାଧାରଣଙ୍କ ପ୍ରତି ଅବହେଳା ବିରୋଧରେ ସଂଗ୍ରାମ ସମିତି ଗଠନ ହୋଇଛି । ସଂଗ୍ରାମ ସମିତିର ସଂପାଦକ ପ୍ରଦୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ବିଷ୍ଣୁ ଚରଣ ସାହୁ ଙ୍କୁ ମନୋନୀତ କରାଯାଇଥିଲା । ଏହି ସଭାରେ ପ୍ରଦୀପ ସାହୁ, ବିଷ୍ଣୁ ଚରଣ ସାହୁ, ଅଶୋକ କୁମାର ପ୍ରଧାନ, ଜୟନ୍ତ କୁମାର ପ୍ରଧାନ, ନିର୍ମଳ ସାହୁ, ସୌଭାଗ୍ୟ ସାହୁ, ବାବୁଲା ଶତପଥୀ ପ୍ରମୁଖ ବହୁ ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here